ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ମୁଁ ସହଯୋଗ କରିଥିବାରୁ ଅନୁତପ୍ତ: ମିଆଁଦାଦ…

ଇସଲାମାବାଦ,୧।୭ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି ସେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ହେବାରେ ସାହାଯ୍ୟ କରିଛନ୍ତି। ା ତେବେ ଏନେଇ ସେ ଅନୁତପ୍ତ। ଶନିବାର ଏଆରଓ୍ବାଇ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ସେ ଏହି ସୂଚନା ଦେଇଛନ୍ତି। ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ କେବେ ମଧ୍ୟ ଧନ୍ୟବାଦ ଜଣାଇ ନାହାଁନ୍ତି।

ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ମୋ ବାପା କ୍ରିକେଟକୁ ବହୁତ ଭଲ ପାଉଥିଲେ, ମୁଁ ଏବଂ ମୋର ସମସ୍ତ ଭାଇ ରାସ୍ତାରେ ଏବଂ ଟେରାସରେ ଖେଳୁଥିଲୁ।

ଅଗଷ୍ଟ ୨୦୧୮ ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୩ ବର୍ଷରୁ ଅଧିକ ସମୟ ପଦବୀରେ ଥିଲେ। କିନ୍ତୁ ସେ ଚତୁର୍ଥ ବର୍ଷ ପୂରଣ କରିବା ପୂର୍ବରୁ, ଏପ୍ରିଲ ୨୦୨୨ରେ, ଅବିିଶ୍ୱାସ ପ୍ରସ୍ତାବ କାରଣରୁ ପିଟିଆଇ ଅଧ୍ୟକ୍ଷଙ୍କୁ ପଦରୁ ହଟାଇ ଦିଆଯାଇଥିଲା।

Share