Posted inଖେଳ

ଭାରତ ‘ଏ’ରୁ ରେଡ୍‌ ବଲ୍‌ରେ ସୁଯୋଗ ନ ପାଇବାର ଅବସୋସ

ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି ସେ ଅନେକ କିଛି ପାଇଛନ୍ତି। ମାତ୍ର ଭାରତ ‘ଏ’ ପକ୍ଷରୁ ରେଡ୍‌ ବଲ୍‌ରେ ସୁଯୋଗ
ନ ପାଇବାର ଅବସୋସ ରହିଛି । ନିଜ କ୍ୟାରିୟର, ଅନୁଭୂତି ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବସନ୍ତଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…
ପ୍ର: ଦୀର୍ଘ ୧୬ ବର୍ଷର କ୍ୟାରିୟର କେତେ ଘଟଣାବହୁଳ ଥିଲା ?
ଉ: ମୋର କ୍ରିକେଟ ଯାତ୍ରା ବହୁତ ମଜାଦାର ଥିଲା। ସତ କହିବାକୁ ଗଲେ ମୁଁ ଏତେବାଟ ଆସିବି ବୋଲି କେବେ ଭାବି ନ ଥିଲି। କ୍ୟାରିୟର ଆରମ୍ଭରେ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ରଶ୍ମିରଞ୍ଜନ ପରିଡ଼ା, ପି. ଜୟଚନ୍ଦ୍ର ଆଦି ସବୁ ଚାପ ନେଉଥିଲେ। ମୋତେ କେବଳ କ୍ରିକେଟକୁ ଉପଭୋଗ କରି ଖେଳିବା ପାଇଁ ପରାମର୍ଶ ଦେଉଥିଲେ। ମୋ ଉପରେ କିଛି ଚାପ ନ ଥିବାରୁ ମୁଁ ଅନ୍ୟ କିଛି କଥା ନ ଭାବି କେବଳ ଖେଳି ଚାଲିଥିଲି। ଦେବାଶିଷ ଓ ଶିବସୁନ୍ଦର ଆଦି ଅବସର ନେବାପରେ ଚାପ କ’ଣ ଅନୁଭବ କରିଥିଲି। ୨୦୧୯ରେ କ୍ୱାର୍ଟର ଫାଇନାଲ ଖେଳିବା ଅବସରରେ ୪୦୦ ଉଇକେଟ ପୂରଣ କଥା ମନକୁ ଆସିଥିଲା। ସେବେଠାରୁ ଲାଗିଥିଲି। ତାହା ପୂରଣ ପାଇଁ ଅଢ଼େଇ ବର୍ଷ ଲାଗିଗଲା। ତେବେ ୧୬ ବର୍ଷର କ୍ୟାରିୟରରେ କେବେ ଆହତ ସମସ୍ୟା କ’ଣ ଜାଣି ନ ଥିଲି।
ପ୍ର: କେଉଁ ଘଟଣା ଅବିସ୍ମରଣୀୟ ଥିଲା ?
ଉ: ଜୀବନର ପ୍ରଥମ ମ୍ୟାଚ ଓ ଉଇକେଟ ମୋ ପାଇଁ ଅବିସ୍ମରଣୀୟ। ଏହାକୁ କେବେ ବି ଭୁଲି ପାରିବିନି। ଏହା ବ୍ୟତୀତ କ୍ୟାରିୟରରେ ଗୁଜରାଟ ଓ ବେଙ୍ଗଲ ବିପକ୍ଷରେ ୨ ଥର କ୍ୱାର୍ଟର ଫାଇନାଲ ଖେଳିବା ମଧ୍ୟ ସ୍ମରଣୀୟ।
ପ୍ର: କ’ଣ ଅବସୋସ ରହିଯାଇଛି ?
ଉ: ମୋର ଫିଟ୍‌ନେସ ଓ ରନିଂ ଷ୍ଟାଇଲ୍‌କୁ ଦେଖିଲେ ମୁଁ କେବେ ଏତେବାଟ ଆସିବି ବୋଲି କେହି ଭାବି ନ ଥିବେ। ମାତ୍ର ଏ ସବୁ କେବେ ମୋ ପାଇଁ ପ୍ରତିବନ୍ଧକ ହୋଇନାହିଁ। ଭାରତୀୟ ଦଳ ପକ୍ଷରୁ ଖେଳିବି ବୋଲି କେବେ ମନକୁ ଆସି ନ ଥିଲା। ତେବେ ଭାରତ ‘ଏ’ ଦଳ ପକ୍ଷରୁ ରେଡ୍‌ ବଲ୍‌ରେ ଅଧିକ ମ୍ୟାଚ ନ ପାଇବା ମୋ ପାଇଁ ବଡ଼ ଅବସୋସ ହୋଇରହିଛି। ସତ କହିବାକୁ ଗଲେ ହ୍ବାଇଟ ବଲ୍‌ ଅପେକ୍ଷା ରେଡ୍‌ ବଲ୍‌ରେ ମୋ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ୨୦୦୭ରୁ ୨୦୧୨ ମଧ୍ୟରେ ମୋତେ ଯଦି ଭାରତ ‘ଏ’ ପକ୍ଷରୁ ରେଡ୍‌ ବଲ୍‌ରେ ସୁଯୋଗ ମିଳିଥାନ୍ତା ତେବେ ନିଶ୍ଚିତ ମୋ ପ୍ରତିଭା ପ୍ରଦର୍ଶନ କରି ପାରିଥାନ୍ତି।
ପ୍ର: କ୍ରିକେଟ ଆପଣଙ୍କୁ କେତେ ଆତ୍ମସନ୍ତୋଷ ଦେଇଛି ?
ଉ: ଏହା ଭାଷାରେ ପ୍ରକାଶ କରି ହେବନି। ପିଲାଦିନରୁ ମୁଁ ଘର ନିକଟରେ ବିପିନ ସିଂ, ବିଘ୍ନେଶ ମହାନ୍ତି, ରାକେଶ ମହାନ୍ତି ଆଦିଙ୍କୁ ଦେଖି କ୍ରିକେଟ ପ୍ରତି ଉତ୍ସାହିତ ହୋଇଥିଲି। ଭାଇ ଜୟନ୍ତ ମହାନ୍ତିଙ୍କ ମାଧ୍ୟମରେ ପ୍ରଗତି ସ୍ପୋର୍ଟିଂକୁ ଯାଇଥିଲି। ଜଣେ ସ୍ପିନରଭାବେ ମୁଁ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲି। ମାତ୍ର ସେଠାରେ ସଞ୍ଜୟ ଶତପଥୀଙ୍କ ପରି ସ୍ପିନରଙ୍କୁ ଦେଖିବାପରେ ଦ୍ରୁତ ବୋଲିଂ ଆଡ଼କୁ ମନ ବଳାଇଥିଲି। ଏହା ହିଁ ମୋ କ୍ରିକେଟ ଜୀବନକୁ ବାଟ ଦେଖାଇଥିଲା ଏବଂ ମୁଁ ଦ୍ରୁତ ବୋଲିଂକୁ କ୍ୟାରିୟର କରିଥିଲି। ମୋ ପାଇଁ କ୍ଲବର ଅବଦାନ ଅନେକ ରହିଛି।
ପ୍ର: ଭବିଷ୍ୟତର ଲକ୍ଷ୍ୟ କ’ଣ ଅଛି ?
ଉ: ୨୦୦୭ରୁ କ୍ରିକେଟ ମୋ ଜୀବନର ଅଙ୍ଗ ପାଲଟି ଯାଇଛି। ତେଣୁ ମୁଁ କ୍ରିକେଟକୁ କେବେହେଲେ ଛାଡ଼ି ପାରିବି ନାହିଁ। ମୋ କ୍ଲବ ପାଇଁ ମୁଁ କିଛି କରିବାକୁ ନିଶ୍ଚିତ ଚାହିଁବି। ଏହା ବ୍ୟତୀତ ମୋତେ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର କ’ଣ ଯୋଜନା ରହିଛି ତା’ ଉପରେ ମଧ୍ୟ ନଜର ରହିବ।
ପ୍ର: ଯୁବ ପିଢ଼ିଙ୍କୁ କ’ଣ କହିବେ ?
ଉ: କ୍ରିକେଟକୁ କ୍ୟାରିୟର କରୁଥିବା ପିଲାମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଖେଳନ୍ତୁ। ଖେଳକୁ ଭଲ ପାଆନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। କେବଳ ଘରୋଇ କ୍ରିକେଟରେ ଅଟକିଗଲେ ହେବନି, କିପରି ଜାତୀୟ ଦଳର ସଦସ୍ୟ ହୋଇପାରିବେ ସେଥିପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri