ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ; ରିପୋର୍ଟ ମାଗିଲା ଡିଜିସିଏ

ନୂଆଦିଲ୍ଲୀ,୪।୭: ଟି୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ଭାରତୀୟ ଖେଳାଳିମାନେ ଗୁରୁବାର ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଏହି ବିମାନଟି ଆମେରିକାରୁ ଯାତ୍ରୀ ମାନଙ୍କୁ ନେଇ ଭାରତ ଆସିବାକୁ ଥିବା ବେଳେ ଏହାର କାର୍ଯ୍ୟକ୍ରମ ପରିବର୍ତ୍ତନ କରି ଖେଳାଳିଙ୍କୁ ଭାରତ ଆଣିବାରୁ ବିବାଦ ଆରମ୍ଭ ହୋଇଛି।

ଆମେରିକାରୁ ଆସିବାକୁ ଥିବା ଯାତ୍ରୀମାନେ ଟିକେଟ୍ କାଟିଥିଲେ ମଧ୍ୟ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଯାତ୍ରୀମାନେ ସୋସିଆଲ ମିଡିଆରେ ଏହି ସୂଚନା ଦେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାରଣ ଏହି ବିମାନର ଦିଗ ପରିବର୍ତନ କରାଯିବା ପରେ ଅନ୍ୟ କୌଣସି ବିମାନ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନଥିଲା। ଯେଉଁଥିପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆକୁ ରିପୋର୍ଟ ମାଗିଛି।

ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଜୁଲାଇ ୨ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସିବାକୁ ଥିବା ବିମାନକୁ ବାତିଲ କରିଥିଲା ଏବଂ ସମାନ ବିମାନକୁ ଭାରତୀୟ ଟିମ ନିୟୋଜିତ କରାଯାଇଥିଲା।

ଖେଳାଳିଙ୍କୁ ଘରକୁ ଆଣିବା ପାଇଁ ବିସିସିଆଇ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଏୟାର ଇଣ୍ଡିଆ ଏକ ଚାର୍ଟର ଭିତ୍ତିରେ ବିମାନ ପଠାଇବାରେ ସଫଳ ହୋଇଥିଲା। ସୌଭାଗ୍ୟବଶତଃ ଅନ୍ୟ ଏକ ଏୟାର ଇଣ୍ଡିଆ ବିମାନରେ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଛି ସମୟ ଅପେକ୍ଷା ପରେ ଏହି ବିମାନ ଉପଲବ୍ଧ ହୋଇପାରିବ।

Share