Categories: ଜାତୀୟ

୧୫ରୁ ବିଦେଶକୁ ନିୟମିତ ଉଡ଼ାଣ

ନୂଆଦିଲ୍ଲୀ,୨୨।୨: ଆସନ୍ତା ମାର୍ଚ୍ଚ ୧୫ରୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ନିୟମିତ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦରରେ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

୨୦୨୦ରେ କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ବିମାନ ଉଡାଣରେ କଟକଣା ଜାରି ରହିଛି। ବର୍ତ୍ତମାନ କୋଭିଡ୍‌ ସ୍ଥିତିରେ ସୁଧାର ଆସୁଥିବାରୁ ଅଳ୍ପ ସଂଖ୍ୟକ ଆନ୍ତର୍ଜାତିକ ବିମାନ ଉଡାଣ ଉପରେ ଅନୁମତି ଦିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୩ରୁ ଭାରତରେ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା।

Share