ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟର ଠିକା ଡାଟାଏଣ୍ଟ୍ରି ଅପରେଟରମାନେ ନିୟମିତ ହେବେ। ସେମାନଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ ଡାଟାଏଣ୍ଟ୍ରି ଅପରେଟର କାର୍ଯ୍ୟରତ ଥିବା ଜଣାପଡ଼ିଛି।
ତେବେ ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ, ସବ୍ରେଜିଷ୍ଟ୍ରୀରେ କାର୍ଯ୍ୟରତ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ରହିଛନ୍ତି। ସେମାନଙ୍କୁ ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ମାପଦଣ୍ଡରେ ନିୟମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ୧୫୦୦ରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ।