ଗାନ୍ଧୀ ମାର୍ଗରେ ରିହରସାଲ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍‌ ରିହରସାଲ ସୋମବାର କରାଯାଇଛି। କୋଭିଡ୍‌ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ଡିଜି ସୁନିଲ ବଂଶଲ ଫୁଲ ଡ୍ରେସ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପରେଡ୍‌ରେ ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ ୩ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସ୍‌ଏଫ୍‌ ପରେଡରେ ଭାଗ ନେଉଛି । କୋଭିଡ୍‌ କଟକଣା ପାଇଁ ସିଭିଲ ଏବଂ କଲେଜ ଛାତ୍ରୀଛାତ୍ର ରାଜ୍ୟସ୍ତରୀୟ ପରେଡରୁ ବାଦ୍‌ ପଡ଼ିଛନ୍ତିି। ଅନ୍ୟପକ୍ଷରେ ପରେଡରେ ଭାଗ ନେଉଥିବା ସମସ୍ତଙ୍କର ଆର୍‌ଟି-ପିସିଆର ଟେଷ୍ଟ କରାଯିବ। ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନିତ ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।