Advertisement
Categories: ଜାତୀୟ

ବେଦିରେ ବର ଆଗରେ କନ୍ୟା ମୁଣ୍ଡରେ ସିନ୍ଦୁର ଦେଲା ପ୍ରେମିକ

ଲକ୍ଷ୍ନୌ,୭।୧୨: ବେଳେବେଳେ ଜୀବନରେ ଏମିତି ଘଟଣା ଘଟେ, ଯାହା ଫିଲ୍ମର ଦୃଶ୍ୟକୁ ପଛରେ ପକାଇ ଦିଏ। ସେଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁରରେ। ଏଠାରେ ଆୟୋଜିତ ଏକ ବିବାହ ଉତ୍ସବରେ ବର ଓ କନ୍ୟା ପରସ୍ପରକୁ ଫୁଲମାଳ ପିନ୍ଧାଇବାର ଠିକ୍‌ ପୂର୍ବରୁ ବେଦି ଉପରକୁ ଚାଲିଆସିଥିଲେ କନ୍ୟାଙ୍କ ପୂର୍ବତନ ପ୍ରେମିକ। ବର ଆଗରେ କନ୍ୟାଙ୍କ ମୁଣ୍ଡରେ ଜୋର ଜବରଦସ୍ତ ସିନ୍ଦୁର ପିନ୍ଧାଇ ଦେଇଥିଲେ। ବିବାହ ଉତ୍ସବରେ ଉପସ୍ଥିତ ଥିବା ଜଣେ କେହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ବର ଓ କନ୍ୟାଙ୍କ ମଧ୍ୟରେ ବିଭନ୍ନ ପରମ୍ପରା ଚାଲିଥିବା ବେଳେ ସେମାନଙ୍କ ଚାରି ଆଡ଼େ ସମ୍ପର୍କୀୟମାନେ ଛିଡ଼ା ହୋଇଛନ୍ତି। ହଠାତ୍‌ ସ୍କର୍ଫରେ ମୁହଁ ଘୋଡ଼ାଇଥିବା ଜଣେ ଯୁବକ ବେଦି ଉପରକୁ ଚାଲି ଆସି କନ୍ୟାଙ୍କୁ ସିନ୍ଦୁର ପିନ୍ଧାଇଥିଲେ। ଏହି ବିବାହ ଉତ୍ସବ ଗତ ୧ ତାରିଖରେ ଗୋରଖପୁର ହାର୍ପୁର ଅଞ୍ଚଳରେ ଆୟୋଜିତ ହୋଇଥିଲା। କନ୍ୟାଙ୍କ ସମ୍ପର୍କୀୟ ମାନେ ଯୁବକଙ୍କୁ ଧରି ପୋଲିସରେ ଜିମା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share