ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା ଫଙ୍କଶନ୍‌ରେ ରେଖା ପହଞ୍ଚିଗଲେ ଦେଖଣାହାରୀଙ୍କ ଭିଡ ବଢ଼ିଯାଏ। ବୟସାଧିକ ହେଲେ ହେଁ ଆଜି ବି ନବାଗତା ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି ସେ। ହେଲେ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ଆଜି ବି ରେଖାଙ୍କ ଜୀବନ ବେଶ୍‌ ରହସ୍ୟମୟ।

ପିଲାଟିବେଳୁ ପରିବାରର ବୋଝ ରେଖାଙ୍କ ଉପରେ ଥିଲା। ଏଣୁ ମାତ୍ର ୧୧ ବର୍ଷ ବୟସରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ଏବେ ସେ ବଲିଉଡ୍‌ରେ ୫୫ବର୍ଷ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ସେ ଦେବା ସହ ବ୍ୟକ୍ତିଗତ କାରଣକୁ ନେଇ ଆଲୋଚନାର ବିଷୟବସ୍ତୁ ପାଲଟିଛନ୍ତି।

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ସମ୍ପର୍କ ହେଉ ଅଥବା ବିବାହକୁ ନେଇ ଅନେକ କିଛି ଶୁଣିବାକୁ ମିଳିଛି। ରେଖା ଏବେ ସିନ୍ଦୁର ପିନ୍ଧିଥାନ୍ତି। ହେଲେ ସେ କାହା ପାଇଁ କେହି ଜାଣନ୍ତି ନାହିଁ। କେହି କେହି ସେ ଅମିତାଭଙ୍କ ନାମରେ ସିନ୍ଦୁର ପିନ୍ଧୁଥିବା କହିଥାନ୍ତି।

ପ୍ରଥମ ଥର ପାଇଁ ରେଖା ୧୯୮୦ରେ ଋଷି କପୁର ଏବଂ ନୀତୁ କପୁରଙ୍କ ବିବାହରେ ସିନ୍ଦୁର ପିନ୍ଧି ପହଞ୍ଚିଥିଲେ। ଧଳା ରଙ୍ଗର ସାଢ଼ୀ ସାଙ୍ଗକୁ ବେକରେ ମଙ୍ଗଳସୁତ୍ର ଏବଂ ମଥାରେ ସିନ୍ଦୁର ଦେଖି ସେଠାରେ ଥିବା ସମସ୍ତେ ଚକିତ ହୋଇଯାଇଥିଲେ। କାରଣ ସେତେବେଳେ ରେଖା ବିବାହ କରି ନ ଥିଲେ। ସେହି ବିବାହ ଉତ୍ସବରେ ଅମିତାଭ, ସ୍ତ୍ରୀ ଜୟା ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ହେଲେ ରେଖାଙ୍କ ଆଖି ଅମିତାଭଙ୍କ ଉପରେ ଥିଲା। ଅନେକ ସମୟ ପରେ ସିନ୍ଦୁର ପିନ୍ଧିବାକୁ ନେଇ ଭଳିକି ଭଳି କଥା ଶୁଣିବାକୁ ମିଳିଥିଲା। ମାତ୍ର ପରେ ଏ ନେଇ ପଚରାଯିବାରେ ରେଖା କହିଥିଲେ, ସେ ଶୁଟିଂ ସେଟ୍‌ରୁ ସିଧା ବିବାହ ଉତ୍ସବରେ ପହଞ୍ଚିଥିଲେ। ଏଣୁ ସେ ପୋଷାକ ବଦଳାଇପାରି ନ ଥିଲେ। ସିନ୍ଦୁର ମୋତେ ଭଲ ଲାଗେ। ମୁଁ ପିନ୍ଧିଲେ ସୁନ୍ଦର ଲାଗେ ବୋଲି ସେ କହିଥିଲେ।

Share