ନେହାଙ୍କୁ ରେଖାଙ୍କ ଉପହାର, ଭାବବିହ୍ବଳ ହେଲେ ଗାୟିକା

ବମ୍ବେ: ନିକଟରେ ଗାୟକ ରୋହନପ୍ରିତ ସିଂହଙ୍କ ହାତ ଧରିଛନ୍ତି ହିଟ୍‌ ସିଙ୍ଗର ନେହା କକ୍କଡ। ହେଲେ ବିବାହ ପରେ ସେ ଏବେ କାମରେ ବ୍ୟସ୍ତ। ବିଭିନ୍ନ ଆଲବମ୍‌ ସାଙ୍ଗକୁ ଇଣ୍ଡିଆନ୍‌ ଆଇଡଲ-୧୨ ମଞ୍ଚରେ ତାଙ୍କୁ ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ସାଙ୍ଗକୁ ବିଚାରପତିମାନଙ୍କ ଯୋଗୁ ଏବେ ଚର୍ଚ୍ଚାରେ ରହୁଛି ଶୋ’। ଆସନ୍ତା ଏପିସୋଡରେ ବଲିଉଡ୍‌ର ଏଭରଗ୍ରିନ୍‌ ବିୟୁଟି ରେଖାଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିବ। ପାରମ୍ପରିକ ପୋଷାକ ପିନ୍ଧି ରେଖା ଶୋ’ରେ ନଜର ଆସିବେ। ଏହାଛଡ଼ା ସେ ଜଜ୍‌ ଥିବା ନେହାଙ୍କ ବିବାହକୁ ନେଇ ଖୁସି ପ୍ରକାଶ କରିବା ସହ ତାଙ୍କୁ ଏକ ଉପହାର ମଧ୍ୟ ଦେବେ। ସେଇଟି ହେଲା ଏକ କାଞ୍ଜିମ୍ବରମ ଶାଢ଼ୀ। ଏହା ନେହାଙ୍କୁ ଭାବବିହ୍ବଳ କରିବା ସହ ସେ ଧନ୍ୟବାଦ ଦେବାକୁ ଶବ୍ଦ ନାହିଁ ବୋଲି କହୁଥିବା ନଜର ଆସୁଛି। ସୋନି ଟିଭି ପକ୍ଷରୁ ଏହାର ଏକ ଭିଡିଓ ଶେୟାର କରାଯାଇଛି।

Share