ପୁରୁଷଙ୍କ ନିକଟତର ହେବା ନେଇ ଏଭଳି କହି ଚର୍ଚ୍ଚାକୁ ଆସିଥିଲେ ରେଖା

ବଲିଉଡ ଅଭିନେତ୍ରୀ ରେଖା ଅଭିନୟ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ରେଖା ଚଳଚ୍ଚିତ୍ର ଜଗତକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତ। କିନ୍ତୁ ସେ ତାଙ୍କ ଚଳଚ୍ଚିତ୍ର ବ୍ୟତୀତ ସେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ଦୀର୍ଘ ସମୟ ଧରି ଫିଲ୍ମ ସ୍କ୍ରିନରେ ଦେଖିବାକୁ ମିଳି ନ ଥିଲା, ସେ ତାଙ୍କ ପ୍ରେମ, ଓ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ଥରେ ରେଖା ଫିଜିକାଲ ରିଲେଶନ ଉପରେ ଏକ ଚମକପ୍ରଦ ବିବୃତ୍ତି ଦେଇଥିଲେ, ଯାହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ଏହି କଥା ଦୀର୍ଘ ସମୟ ଧରି ଆଲୋଚନାରେ ରହିଥିଲା।
ଏହି ପୁସ୍ତକ ଅନୁଯାୟୀ, ଥରେ ରେଖା ଜଣେ ଚଳଚ୍ଚିତ୍ର ସାମ୍ବାଦିକଙ୍କୁ କହିଥିଲେ ଯେ ଯଦି ତୁମେ ଜଣେ ପୁରୁଷଙ୍କ ନିକଟତର ହେବାକୁ ଚାହୁଁଛ, ତେବେ ତୁମେ କେବଳ ତାଙ୍କ ସହ ଫିଜିକାଲ ହୋଇପାରିବ। ଯଦି ଆପଣ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିନାହାନ୍ତି ତେବେ ଆପଣ ଜଣେ ପୁରୁଷର ଅତି ନିକଟତର ହୋଇପାରିବେ ନାହିଁ । ରେଖାଙ୍କ ଏହି ବିବୃତ୍ତି ବିଗତ ଦିନରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Share