ବମ୍ବେ: ବଲିଉଡ୍ର ଏଭରଗ୍ରୀନ୍ ଅଭିନେତ୍ରୀ କହିଲେ ରେଖାଙ୍କୁ ବୁଝାଯାଏ। ନିଜର ସୁନ୍ଦରତା ସହ ଅଭିନୟରେ ସେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବୃତ୍ତିଗତ ଜୀବନରେ ଯେତେ ସଫଳ ହେଲେ ହେଁ ବ୍ୟକ୍ତିଗତ ଜୀବନରେ ରେଖା ସେତିକି ଅସଫଳ। କାରଣ ତାଙ୍କ ପ୍ରେମ ସଫଳ ହୋଇନାହିଁ। ଏପରିକି ସ୍ବାମୀ ମୁକେଶ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟାର କାରଣ ସେ ବୋଲି ଅଭିଯୋଗ ହୋଇଥିଲା। ମୁକେଶ ମୃତ୍ୟୁ ପୂର୍ବରୁ ସୁଇସାଇଟ୍ ନୋଟ୍ରେ ଅନେକ କଥା କହିଥିଲେ।
ରେଖା ୧୯୯୦ରେ ଦିଲ୍ଲୀର ବଡ ବ୍ୟବସାୟୀ ମୁକେଶ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ। ମୁକେଶ ସେତେବେଳେ ଲୋକପ୍ରିୟ ହଟ୍ଲାଇନ୍ ଗ୍ରୁପ୍ ଏବଂ ନିକିତାଶା ବ୍ରାଣ୍ଡର ମାଲିକ ଥିଲେ। ରେଖାଙ୍କୁ ବିବାହ ପରେ ସେ ଆତ୍ମହତ୍ୟା କରିଥିଲେ।
ସୁଇସାଇଡ୍ ନୋଟରେ ସେ ରେଖାଙ୍କୁ ଦୋଷୀ ବୋଲି କହିଥିଲେ। ରେଖାଙ୍କୁ ତାଙ୍କର ସମ୍ପତ୍ତିରୁ କିଛି ମିଳିବ ନାହିଁ। ତାଙ୍କ ପାଇଁ ସେ କିଛି ବି ଛାଡ଼ିକରି ଯାଉନାହାନ୍ତି। କାରଣ ସେ ନିଜେ ରୋଜଗାରକ୍ଷମ। ଏହାଛଡ଼ା ମୁକେଶ ତାଙ୍କ ଭାଇ ତଥା ବନ୍ଧୁ ଆକାଶ ବଜାଜ ଏବଂ ତାଙ୍କର ଦୁଇ ସନ୍ତାନଙ୍କ ଯତ୍ନ ନେବାକୁ ଚାହୁଁଥିବା ନେଇ ଉଲ୍ଲେଖ କରିଥିଲେ।
ଟଙ୍କା ପାଇଁ ରେଖା ମୁକେଶଙ୍କୁ ବିବାହ କରିଥିବା କୁହାଯାଉଥିବା ବେଳେ ଅନେକ ଲୋକ ଏହାକୁ ମିଥ୍ୟା ବୋଲି କହିଛନ୍ତି।