ପ୍ରଥମ ଥର ପାଇଁ ଭୋଗ୍‌ରେ ରେଖା

ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍‌ରେ ଆଗରୁ ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳିଛି। ତେବେ ନିକଟରେ ଭେଟେରାନ ଅଭିନେତ୍ରୀ ରେଖା ପ୍ରଥମଥର ପାଇଁ ଭୋଗ୍‌ର କଭରପେଜ୍‌ରେ ସ୍ଥାନ ପାଇଛନ୍ତି। ସେଥିରେ ତାଙ୍କୁ ରାଣୀ ବେଶରେ ଦେଖିବାକୁ ମିଳିଛି। ସେ ଭୋଗ୍‌ ମାଗାଜିନ୍‌କୁ ସାକ୍ଷାତ୍‌କାରରେ କହିଛନ୍ତି, ୨୦୧୪ ପରଠାରୁ ସେ କୌଣସି ଫିଲ୍ମ ପାଇଁ ସ୍ବାକ୍ଷର କରିନାହାନ୍ତି। ସେ ନିଜ ପସନ୍ଦ ଅନୁଯାୟୀ ପ୍ରୋଜେକ୍ଟ ଚୟନ କରିବାକୁ ସ୍ବୀକାର କରିଛନ୍ତି। ସେ ୧୯୫୮ରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବାବେଳେ ୧୯୬୯ରେ ‘ଅପରେଶନ ଜ୍ୟାକ୍‌ପଟ ନାଲି ସିଆଇଡି ୯୯୯’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ତାଙ୍କୁ ୨୦୧୪ରେ ଶେଷ ଥର ପାଇଁ ସୁପର ନାନୀରେ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ସ୍ବତନ୍ତ୍ର ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ଅଭିନୟ କରିଥିଲେ। ସେ ଯାହା ଭଲପାଆନ୍ତି, ତାହା ସେ ଉପଭୋଗ କରିବାକୁ ଇଚ୍ଛା ରଖନ୍ତି। ଯେତେବେଳେ ଠିକ୍‌ ସମୟ ଆସିବ, ସେତେବେଳେ ଚଳଚ୍ଚିତ୍ରରେ ତାଙ୍କୁ ପାଇବ ବୋଲି ସେ କହିଛନ୍ତି।

Share