ମୋଟି ବୋଲି ଫିଲ୍ମନିର୍ମାତାଙ୍କ କଟୁ କଥା ଶୁଣୁଥିଲେ ରେଖା: ଓଜନ କମାଇବା ପାଇଁ ବାଛିଥିଲେ ଭୁଲ ବାଟ; ହେଲେ..

ବମ୍ବେ: ଆଜି ବି ଏଭରଗ୍ରୀନ ରେଖାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। ସୁନ୍ଦରତାଠାରୁ ଆରମ୍ଭ କରି ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ପାରନ୍ତି। ଖାସ୍‌ ଏଥିପାଇଁ ପ୍ରଶଂସକମାନେ ହୃଦୟ ଦେଇ ବସନ୍ତି ଏହି ଅଭିନେତ୍ରୀଙ୍କୁ। ତେବେ ସଫଳତାର ଶୀର୍ଷରେ ପହଞ୍ଚିଥିବା ରେଖାଙ୍କ ପ୍ରାରମ୍ଭିକ ଜୀବନ ସେତେଟା ସହଜ ନ ଥିଲା।

ବଲିଉଡରେ ପାଦ ରଖିବା ପରେ ରେଖାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। କାରଣ ସେତେବେଳେ ସେ ଦେଖିବାକୁ ମୋଟି ଥିଲେ। ଫଳରେ ଫିଲ୍ମ ମିଳିବା କଷ୍ଟକର ହେଉଥିଲା। ଅନେକ ଥର ନିରାଶ ହେବା ପରେ ସେ ନିଜ ଶରୀର ଗଠନ ଉପରେ କାମ କରିଥିଲେ। ଏପରିକି ଭୁଲ୍‌ ଡାଏଟ୍‌ ଜୀବନଶୈଳୀରେ ସାମିଲ କରିଥିଲେ। କାରଣ ମାସ ମାସ ଧରି କେବଳ ଗୁଜରାତି ପକାଯାଇଥିବା କ୍ଷୀର ଏବଂ ପପ୍‌କର୍ନ ଖାଉଥିଲେ। ହେଲେ ପରେ ସେ ଜଙ୍କଫୁଡ଼୍‌ ଏବଂ ଚକ୍‌ଲେଟ୍‌ ଖାଇବା ସେ ଛାଡ଼ିଥିଲେ। ୧୯୭୮ରେ ତାଙ୍କର ଫିଲ୍ମ ରିଲିଜ ପରେ ସେ ପତଳା ହୋଇଥିବା ଲୋକେ ଜାଣିବାକୁ ପାଇଥିଲେ। ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ।

୧୯୫୮ରେ ତେଲୁଗୁ ଫିଲ୍ମ ଇନ୍‌ଟି ଗୁଟ୍ଟୁରୁ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ରେଖା। ୧୯୭୦ରେ ସେ ନିଜର ଡେବ୍ୟୁ କରିଥିଲେ। ରେଖା ୧୮ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

Share