Advertisement

ପ୍ରେମକୁ ନେଇ ରେଖା କହିଲେ ଏମିତି, ଭିଡିଓ ଭାଇରାଲ

ମୁମ୍ବାଇ,୧ା୧୦: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ଯାଦୁ ଆଜି ମଧ୍ୟ ପୂର୍ବପରି ରହିଛି। ବଡ଼ ପରଦା ପରେ ରେଖା ଏବେ ଛୋଟ ପରଦାରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି। ପ୍ରକୃତ କଥା ହେଲା ଏକ ଟିଭି ସିରିୟଲ ‘ଗୁମ ହୈ କିସି କେ ପ୍ୟାର୍‌ ମୈ’ର ଏକ ପ୍ରୋମୋରେ ରେଖାଙ୍କୁ ଦେଖିବାକୁ ମିଳିଥିଲା। ଯାହା ପରେ ରେଖା ଟିଭିରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଲୋକେ କଳ୍ପନା କରିଥିଲେ। କିନ୍ତୁ ପ୍ରକୃତ କଥା ହେଉଛି ସେ କେବଳ ଏହି ଶୋ’ର ପ୍ରମୋଶନ କରୁଛନ୍ତି। ପ୍ରୋମୋ ଭିଡିଓରେ ରେଖା ନିଜ ଷ୍ଟାଇଲ୍‌ରେ ନଜର ଆସିଛନ୍ତି। ରେଖାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସେ ଏହି ଶୋ’ର ପ୍ରୋମୋ ଶେୟାର କରିଛନ୍ତି। ଯେଉଁଥିରେ ରେଖା ତାଙ୍କର ଲୋକପ୍ରିୟ ଗୀତ- ‘ଗୁମ ହୈ କିସି କି ପ୍ୟାର୍‌ ଦିଲ ଦିଲ୍‌ ସୁବହ-ଶ୍ୟାମ’ ଗାଉଛନ୍ତି। ଏହା ପରେ ରେଖା କୁହନ୍ତି, ‘ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ମୁଁ କାହିଁକି ଏହି ଗୀତକୁ ଗାଉଛି। ବାସ୍ତବରେ, ଏହି ଗୀତ ମୋ’ ହୃଦୟର ଅତି ନିକଟତର। ଏଥିରେ ଏକ କଥା ଲୁଚି ରହିଛି, ଯେଉଁଠି ପ୍ରେମ ପ୍ରକାଶ କରାଯାଇଥାଏ କିନ୍ତୁ ତାଙ୍କ ନାମ ନେବାକୁ ଅନୁମତି ଦିଆଯାଇ ନ ଥାଏ। ରେଖାଙ୍କ ଗୀତ ଶୁଣି ଲୋକେ ତାଙ୍କର ପୂର୍ବ ପ୍ରେମସମ୍ପର୍କ ନେଇ ଚର୍ଚ୍ଚା କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share