Advertisement

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ,ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୩’ ମଞ୍ଚରେ ଏକାଠି ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ ବଲିଉଡ୍‌ ଅରିଜନାଲ୍‌ ଦିଭା ଭାନୁରେଖା ଗଣେଶନ୍‌(ରେଖା)। ଶଙ୍କର ମହାଦେବନ, ଦିଲଜିତ ଦୋସାଂଝ ଓ ନୀତି ମୋହନଙ୍କ ଭଳି ଓସ୍ତାଦଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ତେବେ ରେଖା ଏହି ରିୟଲିଟି ଶୋ’ରେ ଗୀତ ଗାଇବେ ବୋଲି ଶୁଣିବାକୁ ମିଳିଛି। ନୀତି ମୋହନଙ୍କ ସହ ରେଖା ଗୀତ ଗାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଆଉ ଏହି ବିଶେଷ ଏପିସୋଡର ନାଁ ରଖାଯାଇଛି, ‘ଗୁମ୍‌ ହୈ କିସିକେ ପ୍ୟାର ମେ ଦିଲ ସୁବହ ଶାମ’।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share