ବଲିଉଡ ମହାନାୟକ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ସହିତ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏକ ସମୟ ଥିଲା ଅମିତାଭ ଏବଂ ରେଖାଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଉଠୁଥିଲା। ଉଭୟଙ୍କ ଯୋଡିକୁ ପରଦାରେ ବହୁତ ପ୍ରାଂସା କରାଯାଉଥିଲା। ରେଖାଙ୍କ ଯୋଗୁ ଅମିତାଭ ଏବଂ ଜୟାଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା।
ଜୟା ମଧ୍ୟ ସ୍ବାମୀଙ୍କୁ ରେଖାଙ୍କ ସହ ସମୟ ବିତାଉଥିବା ଦେଖି ବହୁତ ରାଗି ଯାଇଥିଲେ। ରେଖା ଏବଂ ଅମିତାଭଙ୍କ ସମ୍ପର୍କକୁ ନେଇ ଜୟା ଏତେ ରାଗି ଯାଇଥିଲେ ଯେ, ବିଗ୍ ବି’ ରେଖାଙ୍କ ସହ କୌଣସି ଫିଲ୍ମ ନ କରିବାକୁ ଘୋଷଣା କରିଥିଲେ। ଏହା ପରେ ଅମିତାଭଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଥିଲା। ସେହି ସମୟରେ ରେଖା ଜୟା ବଚ୍ଚନଙ୍କୁ ଅମିତାଭଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ।
କୁଲିରଶସୁଟିଂ ସମୟରେ ଅମିତାଭ ବଚ୍ଚନ ଆହତ ହୋଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା। ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ରହିଥିଲେ। ଅନେକ ଲୋକ ଅମିତାଭଙ୍କୁ ଭେଟିବାକୁ ଆସୁଥିଲେ। ଜୟା ବଚ୍ଚନ ଚାହୁଁ ନ ଥିଲେ ଯେ ରେଖା ତାଙ୍କ ସ୍ବାମୀଙ୍କୁ ଭେଟିବାକୁ ଆସନ୍ତୁ। ଏଥିପାଇଁ ଜୟା ବଚ୍ଚନ ଡାକ୍ତରଖାନାରେ କଡା ତଥା ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଜୟା ବଚ୍ଚନଙ୍କ ଏହି ଯୋଜନା ସଫଳ ହୋଇ ନ ଥିଲା। କିନ୍ତୁ ରେଖା ଦିନେ ସକାଳେ ସାଧା ପୋଷାକରେ ଡାକ୍ତରଖାନାରେ ପହଞ୍ଚିଥିଲେ। ସବୁବେଳେ ସୁନ୍ଦର ପୋଷାକ ଏବଂ ମେକଅପରେ ରହୁଥିବା ରେଖା ସାଧା ପୋଷାକରେ ହସ୍ପିଟାଲ ଆସିଥିଲେ। ଫଲରେ ତାଙ୍କୁ କେହି ଚିହ୍ନି ପାରି ନ ଥିଲେ। ସେ ଅମିତାଭଙ୍କୁ ଏକ ଫୁଲ ଦେଇ ପଳାଇଥିଲେ।