ରେଖାଙ୍କୁ କାଳି, ମୋଟି କହିଥିଲେ ଏହି ଲୋକପ୍ରିୟ ଅଭିନେତା, ଆଉ ତା’ ପରେ…

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ସେହି ସମୟରେ ସେ କଳା ଥିଲେ ଏବଂ ତାଙ୍କର ଓଜନ ମଧ୍ୟ ବଢ଼ି ଯାଇଥିଲା। ଯେଉଁଥିପାଇଁ କୌଣସି ନିର୍ଦ୍ଦେଶକ ତାଙ୍କୁ ତାଙ୍କ ଫିଲ୍ମରେ ନେବାକୁ ଚାହୁଁନଥିଲେ। କିନ୍ତୁ ନିର୍ଦ୍ଦେଶକ ମୋହନ ସେହଗଲ ତାଙ୍କୁ ତାଙ୍କ ଫିଲ୍ମରେ ଅଭିନେତ୍ରୀ ପାଇଁ ସୁଯୋଗ ଦେଇଥିଲେ। ରେଖା ଫିଲ୍ମ ପ୍ରିମିୟର୍ରେ ଶଶି କପୁର ତାଙ୍କ ସ୍ତ୍ରୀ ଜେନିଫରଙ୍କ ସହ ପହଞ୍ଚିଥିଲେ। ଯେତେବେଳେ ଶଶି କପୁର ରେଖାଙ୍କୁ ଦେଖିଲେ, ସେତେବେଳେ ତାଙ୍କ ପାଟିରୁ ବାହାରି ଆସିଲା, ‘ଏହି ମୋଟି, କାଳି ଏବଂ ଫ୍ଲଫି ଅଭିନେତ୍ରୀ କିପରି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବ?’ ଶଶି କପୁର ମୋହନ ସେହଗଲଙ୍କୁ ଏହା କହିଥିଲେ। କିନ୍ତୁ ଜେନିଫର ଅନୁଭବ କରିଥିଲେ ଯେ ରେଖା ଏହା ଶୁଣିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜେନିଫର କହିଥିଲେ ଏହି ଝିଅ ଆଗାମୀ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିବ। ପରେ ତାଙ୍କ କଥା ସତ ହୋଇଥିଲା।

Share