ସଲ୍‌ମାନଙ୍କ ଶୋ’ରେ ଧମାଲ କରିବେ ରେଖା

ମୁମ୍ବାଇ: ବିଗ୍‌ ବସ ଓଟିଟିର ୫ ସପ୍ତାହର ଯାତ୍ରା ବାକି ଅଛି। ଏହା ଶେଷ ହେବା ପରେ ସଲମାନଙ୍କ ଶୋ’ ବିଗ୍‌ ବସ୍‌ -୧୫ ଆରମ୍ଭ ହେବ। ଶୋ’କୁ ନେଇ ବିଶେଷ ପ୍ରସ୍ତୁତି ଚାଲିଛି। ସିଜନ ୧୫ରେ ବଲିଉଡ୍‌ର ଏକ ବଡ଼ ନାମ ଯୋଡ଼ି ହେବାକୁ ଯାଉଛି। ଅଭିନେତ୍ରୀ ରେଖା ବିଗ୍‌ ବସ୍‌- ୧୫ର ପ୍ରମୋରେ ଗଛ ପାଇଁ ସ୍ବତନ୍ତ୍ର ସ୍ବର କରିବେ। ଏହି ଶୋ’ ବିଷୟରେ ରେଖା କହିଛନ୍ତି, ବିଗ୍‌ ବସ୍‌ ଏକ ନିଆରା ଶୋ’। ଏଥିରେ ଡ୍ରାମା, ଆକ୍ସନ, ମଜା ଏବଂ ଦୁଃସାହସିକ କାର୍ଯ୍ୟ ରହିଛି। ଏହି ଶୋ’ ଜରିଆରେ ଜଣେ ବ୍ୟକ୍ତି ଧୈର୍ଯ୍ୟ ଏବଂ ଶାନ୍ତ ଭାବରେ ରହିବ ସେ ନିଜର ସର୍ବଶ୍ରେଷ୍ଠ କଳା ପ୍ରଦର୍ଶନ କରିପାରିବ। ଏହାଠାରୁ ଭଲ ଆଉ କ’ଣ ହୋଇପାରେ?

ରେଖା କହିଛନ୍ତି, ଏହା ଏକ ରୋମାଞ୍ଚକର ନୂଆ ଯାତ୍ରା ହେବ। ମୁଁ ସ୍ପିକିଂ ଟ୍ରି ପାଇଁ ସ୍ବର କରୁଛି। ଯାହାକୁ ସଲମାନ ‘ବିଶ୍ୱସୂନ୍ତ୍ରୀ’ ବୋଲି କୁହନ୍ତି। ଏହାର ଅର୍ଥ ହେଉଛି ଜ୍ଞାନ, ଭରସା ଏବଂ ବିଶ୍ୱାସରେ ପରିପୂର୍ଣ୍ଣ। ସଲମାନଙ୍କ ସହ କାମ କରିବା ସବୁବେଳେ ସୁଖର ଅନୁଭୂତି ଆଣିବ। ତାଙ୍କ ସହିତ ଏହି ବିଶେଷ ମୁହୂର୍ତ୍ତଗୁଡ଼ିକ ବାଣ୍ଟିବାକୁ ମୁଁ କୃତଜ୍ଞ।

Share