ରେଖାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏଥିରେ ଜଡ଼ିତ ଥିବା ଆଉ କିଛି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ଆଜି ବି ଲୋକେ ତାଙ୍କ ରହସ୍ୟମୟ ଜୀବନୀ ବିଷୟରେ ଜାଣିବାକୁ ଇଚ୍ଛୁକ। ରେଖା ହେଉଛନ୍ତି ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ। ଏକଥା କେହି ବି ଅସ୍ବୀକାର କରିପାରିବେନାହିଁ। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ରହସ୍ୟମୟ।

୯୦ ଦଶକରେ ରେଖା ତାଙ୍କ ଅଭିନୟଙ୍କୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ତା’ଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ। ଯେଉଁଥିପାଇଁ ସେ ସମୟରେ ତାଙ୍କ ପଛରେ ଅନେକ ପୁରୁଷ ପଡ଼ିଯାଇଥିଲେ। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ରେଖାଙ୍କୁ ପାଇବା ପାଇଁ ପାଗଳପ୍ରାୟ ହେଉଥିଲେ। ୧୯୯୦ରେ ବ୍ୟବସାୟୀ ମୁକେଶ ଅଗ୍ରଓ୍ବାଲ ରେଖାଙ୍କୁ ବିବାହ କରିଥିଲେ। ମୁକେଶ ରେଖାଙ୍କୁ ବହୁତ ପସନ୍ଦ କରୁଥିଲେ। ବିବାହ ପରେ ରେଖା ବିଦେଶ ପଳାଇବାରୁ ମୁକେଶ ମାନସିକ ଚାପରେ ରହୁଥିଲେ। ରେଖା ବିଦେଶରେ ଥିବା ସମୟରେ ମୁକେଶ ଆତ୍ମହତ୍ୟା କରିଥିଲେ। କୁହାଯାଏ, ରେଖାଙ୍କୁ ମୁକେଶ ଏତେ ଭଲ ପାଉଥିଲେ ଯେ, ଶେଷକୁ ତାଙ୍କ ଓଢ଼ଣୀରେ ଜୀବନ ହାରିଦେଲେ। ଏହି ଖବର ଜଣାପଡ଼ିବା ପରେ ରେଖା ଚର୍ଚ୍ଚାକୁ ଆସିଥିଲେ। ଏପରିକି ରେଖାଙ୍କ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ରେଖାଙ୍କୁ ଅଭିଶାପ ଦେଇଥିଲେ। କୁହାଯାଏ, ମୁମ୍ବାଇରେ ରେଖାଙ୍କର ଯେଉଁ ବଙ୍ଗଳା ରହିଛି ସେଠାକୁ କୌଣସି ପୁରୁଷ ଲୋକ ଯାଆନ୍ତି ନାହିଁ। ରେଖାଙ୍କ ନିକଟକୁ ଯିବାକୁ ହେଲେ ସୁରକ୍ଷାକର୍ମୀ ନିକଟରେ ଚିଠି ଲେଖି ତାଙ୍କ ଅନୁମତି ମିଳିବା ପରେ ଭିତରକୁ ଯିବାକୁ ହୁଏ। ଆହୁରି ମଧ୍ୟ କୁହାଯାଏ, ରେଖା ଏହି ବଙ୍ଗଳାରେ ନିଜ ସେକ୍ରେଟାରୀ ଫରଜାନାଙ୍କ ସହିତ ରହୁଛନ୍ତି। ଏସବୁ ଖବରରେ କିନ୍ତୁ ରେଖା ମୁହଁ ଖୋଲନ୍ତି ନାହିଁ।


ଏକ ସମୟ ଥିଲା ବି-ଟାଉନ୍‌ରେ ରେଖା ଏବଂ ଅମିତାଭଙ୍କ ପ୍ରେମସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଦିନେ ଜୟା ବଚ୍ଚନ ରେଖାଙ୍କୁ ଫୋନ୍‌ କରି ତାଙ୍କ ଘରକୁ ଡାକିଥିଲେ। କହିଥିଲେ ସେ ଅମିତାଭଙ୍କୁ କେବେ ବି ଛାଡ଼ିବେ ନାହିଁ। ଏହା ପରେ ଦୁହିଙ୍କ ପ୍ରେମସମ୍ପର୍କରେ କୁଆଡ଼େ ଭଟ୍ଟା ପଡ଼ିଥିଲା।

Share