Categories: ଫୁରସତ

ସମ୍ପତ୍ତି ଭାଗ ହେବା ପରେ ମା’ କୋକିଲାବେନଙ୍କ ସହ ଅମ୍ବାନୀ ଭାଇଙ୍କ କିଭଳି ରହିଛି ସମ୍ପର୍କ, ଜାଣନ୍ତୁ…

୨୦୦୨ରେ ରିଲାଏନ୍ସ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ପରଲୋକ ପରେ ଦୁଇ ପୁଅ ମୁକେଶ ଏବଂ ଅନିଲ ଅମ୍ବାନୀ କାରୋବାରକୁ ବାଣ୍ଟି ନେଇଥିଲେ। ମା’ କୋକିଲାବେନ ଦୁଇପୁଅଙ୍କୁ ସେମାନଙ୍କ ଭାଗ ଦେଇଥିଲେ। କାରଣ କାରୋବାରର ଭାଗବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏବେ ଏହାକୁ ଅନେକ ବର୍ଷ ବିତିଛି। ହେଲେ ପୁଅଙ୍କ ପ୍ରତି ମା’ଙ୍କ ଭଲପାଇବା ତିଳେମାତ୍ର କମିନାହିଁ। ଦୁଇ ପୁଅ ମଧ୍ୟ ତାଙ୍କର ସ୍ବତନ୍ତ୍ର ଯତ୍ନ ନିଅନ୍ତି।

ଏକଦା କୋକିଲାବେନ କହିଥିଲେ ମୁକେଶ ଅଫିସ ଯିବା ପୂର୍ବରୁ ନିଶ୍ଚିତ ଭାବେ ତାଙ୍କୁ ଫୋନ୍‌ କରିଥାନ୍ତି। ସେହିଭଳି ଅନିଲଙ୍କୁ ସେ ସବୁଦିନ ଭେଟିଥାନ୍ତି। ଅନିଲଙ୍କ ପିଲାମାନେ ମଧ୍ୟ ତାଙ୍କର ଯତ୍ନ ନିଅନ୍ତି। କେବଳ ଯେ ପୁଅ ତାହା ନୁହେଁ ବୋହୂମାନଙ୍କ ସହ ମଧ୍ୟ କୋକିଲା ବେନଙ୍କ ଭଲ ସମ୍ପର୍କ ରହିଛି। ନୀତା ଅମ୍ବାନୀ ଅନେକ ଥର ଶାଶୁଙ୍କ ହାତ ଧରି ଯାଉଥିବା ନଜର ଆସିଥିବା ବେଳେ ଟିନା ସୋସିଆଲ ମିଡିଆରେ ପ୍ରେମପୂର୍ଣ୍ଣ ବାର୍ତ୍ତା ଲେଖିଥାନ୍ତି। ବୟସାଧିକ ସତ୍ତ୍ୱେ କୋକିଲାବେନଙ୍କୁ ନିତା ଅମ୍ବାନୀଙ୍କ ଜିମ୍‌ ବହୁତ ପସନ୍ଦ। ସପ୍ତାହକୁ ୩ ଥର ସେ ସେଠାକୁ ଯାଇଥାନ୍ତି। ତେବେ ଧିରୁଭାଇଙ୍କୁ ୧୯୫୫ରେ କୋକିଲାବେନ ବିବାହ କରିଥିଲେ।

Share