Categories: ଖେଳ

ରିଲେସନଶିପକୁ ନେଇ ଯୁବବର୍ଗଙ୍କୁ ଉପଦେଶ ଦେଲେ ଧୋନୀ

ନୂଆଦିଲ୍ଲୀ,୨୭।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଯାଦୁ ପ୍ରଶଂସକଙ୍କୁ ଆକର୍ଷିତ କରିଥାଏ। ମହେନ୍ଦ୍ର ସିଂ ଧୋନି ଅନ ଦ ଫିଲ୍ଡ ଓ ଅଫ ଦ ଫିଲ୍ଡ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଧୋନି ବିଶ୍ୱର ସବୁଠାରୁ ପପୁଲାର କ୍ରିକେଟରଙ୍କ ମଧ୍ୟରୁ ଜଣେ। ତେବେ ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସେ ଯୁବବର୍ଗଙ୍କୁ ରିଲେସନଶିପ ବିଷୟରେ ଉପଦେଶ ଦେଉଥିବାର ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନି ଏକ କାର୍ଯ୍ୟକ୍ରମରେ ଜନତାଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ସହ ରିଲେସନଶିପ ଉପରେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ସେ ଏକ ମଜାଳିଆ ଉତ୍ତର ଦେଇଛନ୍ତି। କୁଲ କ୍ୟାପଟେନ କହିଛନ୍ତି, କାହାକୁ ଖୋଜ … ଯଦି ତୁମେ ସେମାନଙ୍କ ସହ ପ୍ରକୃତରେ ଖୁସି ତେବେ ଦୟାକରି ବିବାହ କର। ସେ କହିଛନ୍ତି ଯେ ଗର୍ଲଫ୍ରେଣ୍ଡମାନଙ୍କ ସହିତ ବ୍ୟାଚେଲର୍ସମାନଙ୍କ ବିଷୟରେ ଏକ ଭୁଲ ଧାରଣା ଅଛି, ଯାହା ମୁଁ ଏହି ଉତ୍ତର ଶେଷ କରି ସ୍ପଷ୍ଟ କରିବାକୁ ଚାହୁଁଛି, ମୋର ଭିନ୍ନ ବୋଲି ଭାବନ୍ତୁ ନାହିଁ।
ଏବେ ଧୋନୀଙ୍କ ଏହି ଭଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ପ୍ରଶଂସକମାନେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟସ ବି ଦେଉଛନ୍ତି। ଏହି ସମୟରେ ଜଣେ ପ୍ରଶ୍ନ କରିଥିଲେ କି ଆପଣ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ହେଲେ ତୁରନ୍ତ ତାଙ୍କୁ ଅଟକାଇ ଧୋନୀ କହିଥିଲେ କି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛି। ଏଥିରୁ ସେ ଇଙ୍ଗିତ କଲେ କି ସେ ୨୦୨୪ଆଇପିଏଲରେ ଖେଳିପାରନ୍ତି।

Share