Categories: ଜାତୀୟ

ଜିନ୍ସ ପିନ୍ଧିବାରୁ ଝିଅକୁ ପିଟି ପିଟି ମାରିଦେଲେ

ଲକ୍ଷ୍ନୌ, ୨୩ା୭: ଜିନ୍ସ ପିନ୍ଧିବା କାରଣରୁ ୧୭ ବର୍ଷୀୟ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପରିବାର ଲୋକେ। ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ।

ନାବାଳିକା ତାଙ୍କ ବାପାଙ୍କ ସହ ଲୁଧିଆନାରେ ରୁହନ୍ତି। କିଛି ଦିନ ତଳେ ଗାଁକୁ ଆସିଥିଲେ। ସେ ଜିନ୍ସ ଓ ଟପ୍‌ ପିନ୍ଧି ଗାଁରେ ବୁଲିବାରୁ ତାଙ୍କୁ ସମ୍ପର୍କୀୟମାନେ ମନା କରିଥିଲେ। ପାରମ୍ପରିକ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଶୁଣି ନ ଥିଲେ। ଗତ ସୋମବାର ଜିନ୍ସ ପିନ୍ଧିବା କାରଣରୁ ତାଙ୍କୁ ଚେତାବନୀ ଦେଇଥିଲେ ଜେଜେବାପା ଓ ଦାଦା। ଗୁରୁବାର ପୁଣି ଥରେ ଜିନ୍ସ ପିନ୍ଧିବାରୁ ନାବାଳିକାଙ୍କୁ ସେମାନେ ଖୁବ୍‌ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନେବା ବାହାନାରେ ଫିଙ୍ଗି ଦେଇଥିଲେ ବ୍ରିଜରୁ।

୧୭ ବର୍ଷୀୟା ନାବାଳିକାଙ୍କ ମୃତଦେହ ଜବତ କରି ତଦନ୍ତ ଚଲାଇଛି ପୋଲିସ। ମୃତ ନାବାଳିକାଙ୍କ ମାମୁଙ୍କ ଅଭିଯୋଗ ପରେ ପୋଲିସ ୪ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିବାବେଳେ ଜେଜେ ବାପାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି।

Share