ମିଳିଗଲା ରିଲିଜ ଡେଟ୍‌

ସଲମାନଙ୍କ ହୋମ୍‌ ବ୍ୟାନର ସଲମାନ ଖଁା ଫିଲ୍ମସରେ ନିର୍ମିତ ‘ଅନ୍ତିମ-ଦ ଫାଇନାଲ ଟ୍ରୁଥ୍‌’ର ରିଲିଜ ଡେଟ୍‌ ଘୋଷିତ ହୋଇଛି। ଏହି ଚିତ୍ରଟି ଚଳିତ ମାସ ୨୬ରେ ପରଦା ଉପରକୁ ଆସିବ। ପୁଣି ଏହି ଡେଟ୍‌ରେ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ-୨’ ମଧ୍ୟ ରିଲିଜ ହେବାର ଯୋଜନା ରହିଛି। ପୋଲିସ୍‌ ଏବଂ ଗ୍ୟାଙ୍ଗଷ୍ଟର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ଅନ୍ତିମ’, ଯେଉଁଥିରେ ସଲମାନ ପୋଲିସ ଅଫିସର (ଇନକ୍ସପେକ୍ଟର ରାଜବୀର ସିଂ) ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ମଞ୍ଜେରକର। ଏଥିରେ ସଲମାନଙ୍କ ବ୍ୟତୀତ ଆୟୁଷ ଶର୍ମା, ଜୀଶୁ ସେନଗୁପ୍ତା ଏବଂ ମହିମା ମକଓ୍ବାନାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ‘ସତ୍ୟମେବ ଜୟତେ-୨’ର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ ଜାଭେରି ଏବଂ ଜନ୍‌ଙ୍କ ବ୍ୟତୀତ ଦିବ୍ୟା ଖୋସଲା, ନୋରା ଫତେହି ଏବଂ ଈଷା ତଲଓ୍ବାର ଏଥିରେ ଅଭିନୟ କରିଛନ୍ତି।

Share