ପୁଣି ଘୁଞ୍ଚିଲା ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ’ଲାଲ ସିଂହ ଚଢା’ର ରିଲିଜ ଡେଟ୍‌ ପୁଣି ଘୁଞ୍ଚିଲା । ତେବେ ଏହି ଫିଲ୍ମକୁ ନେଇ ଅମିର ଖାନ ଏବଂ କରୀନା କପୁର ବେଶ୍‌ ଚର୍ଚ୍ଚାରେ ଥିଲେ। ଉଭୟଙ୍କ ଫ୍ୟାନ୍ସ ମଧ୍ୟ ଅନେକ ଦିନରୁ ଏହି ଫିଲ୍ମକୁ ବେଶ୍‌ ଉତ୍ସାହିତ ସହ ଅପେକ୍ଷା କରି ରହିଛନ୍ତି ।

ଫିଲ୍ମଟି ୧୧ ଫେବୃୟାରୀ ୨୦୨୨ରେ ରିଲିଜ୍‌ ହେବାକୁ ଥିଲା ତେବେ ଏହା ଆସନ୍ତା ବର୍ଷ ଇଦ ଅବସରରେ ରିଲିଜ୍‌ କରାଯାଇପାରେ ବୋଲି କୁହାଯାଉଛି। ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ଏହାର ରିଲିଜ୍‌ ଡେଟକୁ କାହିଁକି ଘୁଞ୍ଚା ଯାଇଛି ତାର କାରଣ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ ।

 

Share