ଭୁବନେଶ୍ୱର,୧।୫(ବ୍ୟୁରୋ): ଏପ୍ରିଲ ମାସ ଡ଼ହଡ଼ହ ଖରାରେ ସଝିଥିଲା ସାରା ଓଡ଼ିଶା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବେଳେ ମେ’ ମାସରେ ଏଥିରୁ ତ୍ରାହି ମିଳିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟ, ମେ ମାସରେ ରାଜ୍ୟରେ ଦିନର ସର୍ବାଧିକ ତାପମାତ୍ରା କମ ରହିବ। ମେ’ ମାସରେ ଯେତିକି ତାପମାତ୍ରା ରହେ, ତା’ଠାରୁ ଏ ବର୍ଷ କମ ରହିବ। ଏହ ସହ ମେ’ ମାସରେ ଯେତିକି ବର୍ଷା ହୁଏ, ଏଥର ତା’ଠାରୁ ଅଧିକ ବର୍ଷା ହେବ।
ଏ ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ’ ମାସ ପାଇଁ ଯେଉଁ ୱେଦର ଆଉଟ୍ଲୁକ୍ ଜାରି ହୋଇଛି, ସେହି ଅନୁସାରେ ଓ ସର୍ବାଧିକ ତାପମାତ୍ରା ସାଧାରଣତଃ ଯେତିକି ରହିଥାଏ, ତା’ଠାରୁ କମ ରହିବାର ସମ୍ଭାବନା ରହିଛି। ସେହିପରି ମେ’ ମାସରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିଥାଏ, ଏଥର ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି।