Categories: ଜାତୀୟ

ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କର: ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧।୭ : ୨୫୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କୁ ଜେଲରୁ ମୁକ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଭାରତ ପାକିସ୍ତାନକୁ କହିଛି। ୨୦୦୮ ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷର ଜାନୁଆରୀ ୧ ଏବଂ ଜୁଲାଇ ୧ ରେ ସାଧାରଣ ନାଗରିକ କଏଦୀମାନଙ୍କର ତାଲିକା ଆଦାନ ପ୍ରଦାନ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।

ଭାରତ ପାକିସ୍ତାନର ୩୪୩ ନାଗରିକ ଏବଂ ୭୪ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରକାଶ କରିଛି। ସେହିଭଳି ପାକିସ୍ତାନ ମଧ୍ୟ ଭାରତର ୪୨ ନାଗରିକ ଏବଂ ୨୬୬ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରକାଶ କରିଛି।

ଜେଲରେ ଥିବା ୧୨ ଜଣ ମତ୍ସ୍ୟଜୀବୀ ଏବଂ ୧୪ ଜଣ ସାଧାରଣ ନାଗରିକଙ୍କୁ ତୁରନ୍ତ କନସୁଲାର ସୁବିଧା ପ୍ରଦାନ କରିବାକୁ ଭାରତ ପାକିସ୍ତାନ ନିକଟରେ ଦାବି କରିଛି।

ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ସମସ୍ତ ଭାରତର ସାଧାରଣ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀମାନେ ମୁକ୍ତ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ୨୦୧୪ ମସିହାର୨୫୫୯ ଭାରତୀୟ ମତ୍ସ୍ୟଜୀବୀ ଏବଂ ୬୩ କଏଦୀଙ୍କୁ ପାକିସ୍ତାନରୁ ଭାରତକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରେ ୩୯୮ ଭାରତୀୟ ମତ୍ସ୍ୟଜୀବୀ ଏବଂ ପାଞ୍ଚ ଜଣ ବନ୍ଦୀ ଅଛନ୍ତି ଯେଉଁମାନେ ଚଳିତ ବର୍ଷ ପାକିସ୍ତାନରୁ ସ୍ବଦେଶ ଫେରିଥିଲେ।

Share