ରିଲିଜ ହେଲାନି ‘ଯବାନ’

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ଯବାନ’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଗୁରୁବାର ରିଲିଜ ହୋଇଥିବା ଏହି ମଭୁି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏଥର ‘ଯବାନ’ ଶାହାରୁଖଙ୍କ ମୁଭି ‘ପଠାନ’ର ରେକର୍ଡକୁ ଭାଙ୍ଗି ଦେଇଛି। ଓ୍ବାର୍ଲଡ ଓ୍ବାଇଡ ଏହା ରିଲିଜ ହୋଇଥିବା ବେଳେ ବାଂଲାଦେଶରେ କିନ୍ତୁ ଏହା ରିଲିଜ କରାଯାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ ବାଂଲାଦେଶରେ ବିରୋଧ ପ୍ରଦର୍ଶନ ହେତୁ ଏବେ ଏହାକୁ ରିଲିଜ୍‌ କରାଯାଇନାହିଁ। ପରବର୍ତ୍ତି ସମୟରେ ହୁଏତ ଏହାକୁ ବାଂଲାଦେଶରେ ରିଲିଜ କରାଯାଇପାରେ। କାରଣ ଏହା ପୂର୍ବରୁ ‘ପଠାନ’ ଯେତେବେଳେ ସବୁଠି ରିଲିଜ ହୋଇଥିଲା ସେତେବେଳେ ଏହା ବାଂଲାଦେଶରେ ରିଲିଜ ହୋଇ ନ ଥିଲା। ଆଉ ଏହା ପରେ ସେଠାରେ ରିଲିଜ କରାଯାଇଥିଲା। ତେବେ ଏଥର ବି ବାଂଲାଦେଶରେ ଥିବା ଶାହାରୁଖଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି।
ଦେଶରେ ଏହା ବିଭିନ୍ନ ଭାଷାରେ ରିଲିଜ ହୋଇଥିବା ବେଳେ ଗୋଟିଏ ଦିନରେ ଶାହାରୁଖଙ୍କ ଏହି ମୁଭି ‘ଯବାନ’ ଏକାଥରେ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି। ଯାହା ଅନୁମାନ ଲଗାଯାଇଥିଲା କି ରିଲିଜର ପ୍ରଥମ ଦିନରେ ଏହି ମୁଭି ସାରା ଦେଶରେ ପ୍ରାୟ ୭୫ କୋଟି ଆୟ କରିବ ହେଲେ ଏହା ତା’ଠାରୁ ଆଗକୁ ଯାଇଛି। ସେମିତି ଓ୍ବାର୍ଲଡ ଓ୍ବାଇଡ ଏହା ପଥମ ଦିନରେ ୧୪୦ କୋଟି ଆୟ କରିବା ଅନୁମାନ କରାଯାଉଥିବା ବେଳେ ଏହା କିନ୍ତୁ ବହୁ ଆଗକୁ ଯାଇଥିବ ବୋଲି ଅନୁମାନ କରାଯାଉଛି।

Share