ରିଲିଜ୍‌ ହେଲା ‘ଆର୍‌ଆର୍‌ଆର୍‌’: ୩ ହଜାରରୁ ଅଧିକ ସ୍କ୍ରିନ୍‌ରେ ଦେଖୁଛନ୍ତି ଦର୍ଶକ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଯାଇଛି।କରୋନା କଟକଣା ଯୋଗୁ ପ୍ରାୟ ଦେଢ ବର୍ଷ ପରେ ରିଲିଜ୍‌ ହୋଇଛି ଫିଲ୍ମ‘ଆର୍‌ଆର୍‌ଆର୍‌’। ତେଲୁଗୁ ସମେତ ତାମିଲ, କନ୍ନଡ, ମାଲାୟାଲାମ, ହିନ୍ଦୀ ଭାଷାରେ ସାରା ଦେଶରେ ୩ ହଜାରରୁ ଅଧିକ ସ୍କ୍ରିନ୍‌ରେ ଦର୍ଶକ ଆଜି ଦେଖୁଛନ୍ତି ଏହି ଫିଲ୍ମ। ଏକାଧିକ ଥିଏଟରରେ ଭୋର ୫ଟାରୁ ଫିଲ୍ମକୁ ଦେଖିବାକୁ ଲୋକଙ୍କର ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ବହୁ ହଲ୍‌ରେ ଫିଲ୍ମକୁ ଦେଖିବାକୁ ହାଉସଫୁଲ ରହିଛି। ୩୩୦ କୋଟିରୁ ଅଧିକ ରହିଛି ଏହାର ବଜେଟ୍‌। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହା ବ୍ୟତିତ ଆଲିଆ ଭଟ୍ଟ,ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share