ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ ସମୟରେ ନୀତା ସାକ୍ଷାତକାରରେ ସ୍ବାମୀ ମୁକେଶଙ୍କର ପ୍ରଶଂସା କରିଥାନ୍ତି। ସେହିପରି ଏକ ସାକ୍ଷତକାରରେ ନୀତା କହିଥିଲେ, ମୁକେଶ ବହୁତ ସରଳ ଏବଂ ନମ୍ର ସ୍ବଭାବର। ତାଙ୍କର ଏହି ସ୍ବଭାବକୁ ସେ ସବୁଠାରୁ ବେଶି ପସନ୍ଦ କରନ୍ତି।
ମୁକେଶଙ୍କର କେଉଁ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ବୋଲି ନୀତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଖାଦ୍ୟପ୍ରତି ମୁକେଶଙ୍କ ରହିଥିବା ପାଗଳାମୀକୁ। ସେ କହିଥିଲେ ଯେ, ଇଡ୍‌ଲି ଏବଂ ସମ୍ବର ମୁକେଶଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ମୁମ୍ବାଇର କାଫେ ମୈସୁରର ଇଡ୍‌ଲି, ସମ୍ବର ତାଙ୍କର ବେଶି ପସନ୍ଦ। ଅଧିକାଂଶ ସମୟରେ ସେ ସେଠାକୁ ଖାଇବାକୁ ଯାଇଥାନ୍ତି। ସ୍କୁଲ ସମୟରୁ ମୁକେଶ ସେଠାରେ ଖାଇଥାନ୍ତି ବୋଲି ନୀତା କହିଥିଲେ।

Share