Categories: ବାଣିଜ୍ୟ

ଆର୍ଥିକ ବର୍ଷ ୨୦୨୪ରେ ୩୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ମୁକେଶ ଅମ୍ବାନିଙ୍କ କମ୍ପାନୀ

ମୁମ୍ବାଇ,୧୨।୮: ଦେଶର ପ୍ରମୁଖ କମ୍ପାନୀ ମାନଙ୍କ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଗ୍ରୁପ୍ ଆର୍ଥିକ ୨୦୨୪ ରେ ଯଥେଷ୍ଟ କର୍ମଚାରୀ ଛଟେଇ କରିଛି। ଅତିରିକ୍ତ ଭାବରେ କମ୍ପାନୀ ଏହାର ବିଭିନ୍ନ ବ୍ୟବସାୟକୁ ଏକୀକରଣ କରିବା ଫଳରେ ଆର୍ଥିକ ୨୦୨୩ ତୁଳନାରେ ଗତ ଆର୍ଥିକ ବର୍ଷରେ ନିଯୁକ୍ତି ସଂଖ୍ୟା ହ୍ରାସ କରିଛି।

ଆର୍ଥିକ ବର୍ଷ ୨୦୨୪ରେ କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ କ୍ଷମତା ୩୪୭,୩୬୨ କୁ ହ୍ରାସ କରିଛି ଯାହା ଆର୍ଥିକ ବର୍ଷ ୨୦୨୩ ଶେଷରେ ୩୮୯,୪୧୪ ରୁ ଥିଲା​। ଅର୍ଥାତ ମୋଟ ୪୨,୦୫୨ କର୍ମଜୀବୀ କମ୍ପାନୀ ହ୍ରାସ କରିଥିଲେ। ଅନ୍ୟପଟେ ଆର୍ଥିକ ବର୍ଷ ୨୪ ରେ, ରିଲାଏନ୍ସ ଗ୍ରୁପ୍ ର ମୋଟ କର୍ମଚାରୀଙ୍କ ମଧ୍ୟରେ ୫୩.୯% ୩୦ ବର୍ଷରୁ କମ୍ ଏବଂ ୨୧.୪% ମହିଳା ଥିଲେ।

ତେବେ ତଥ୍ୟରୁ ଜଣାପଡେ ଯେ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ରିଲାଏନ୍ସ୍ର ଏହାର ନିଯୁକ୍ତି ପ୍ରକ୍ରିୟା ମନ୍ଥର କରିଛି। ତଥାପି ଆର୍ଥିକ ବର୍ଷ ୨୦୨୪ ରେ, କମ୍ପାନୀ ଏହାର ବିଭିନ୍ନ ବ୍ୟବସାୟରେ ପ୍ରାୟ ୧.୭୧ ଲକ୍ଷ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଯେତେବେଳେ ପୂର୍ବ ଆର୍ଥିକ ବର୍ଷ ତଥା ୨୦୨୩ରେ ରିଲାଏନ୍ସ ମୋଟ ୨୬୨,୫୫୮ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଫଳରେ କମ୍ପାନୀର ସାମଗ୍ରିକ କର୍ମଚାରୀଙ୍କ ସଂଖ୍ୟା ୩୮୯,୪୧୪ କୁ ବୃଦ୍ଧି ପାଇଥିଲା। ମୋଟ ନୂତନ ନିଯୁକ୍ତି ମଧ୍ୟରୁ ୮୧.୮% ୩୦ ବର୍ଷରୁ କମ୍ ଏବଂ ୨୪.୦% ମହିଳା ଥିଲେ।

ତେବେ ଗତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ସଂଖ୍ୟାରେ ସାମଗ୍ରିକ ହ୍ରାସ ମଧ୍ୟରୁ ଅଧିକାଂଶ ଏହାର ଖୁଚୁରା ବିଭାଗରୁ ଆସିଛି। ସର୍ବାଧିକ ସଂଖ୍ୟକ କର୍ମଚାରୀ ଥିବା ରିଲାଏନ୍ସ ରିଟେଲ, ଆର୍ଥିକ ବର୍ଷ ୨୪ ଶେଷରେ ଏହାର ସଂଖ୍ୟା ୨୦୭, ୫୫୨ କର୍ମଚାରୀ ରହିଛନ୍ତି ଯାହା ୨.୪୫ ଲକ୍ଷରୁ ହ୍ରାସ ପାଇଛି କିମ୍ବା ପ୍ରାୟ ୩୮,୦୦୦ ଲୋକଙ୍କୁ କମ୍ପାନୀ ଛଟେଇ କରିଛି।

ଗତ ବର୍ଷ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ ଖୁଚୁରା ଚେନ କମ୍ପାନୀ ପାଲଟିଥିବା ବେଳେ ଏହାର ଅପରେଟିଂ ରାଜସ୍ୱରେ ୧୮.୩% ଅଭିବୃଦ୍ଧି ୨୭୩,୧୩୧ କୋଟି ଟଙ୍କା ଆୟ କରିଥିଲା। ଯାହା ଆର୍ଥିକ ବର୍ଷ ୨୩ ରେ ୨୩୦,୯୫୧ କୋଟିରୁ ବୃଦ୍ଧି ପାଇଛି।

Share