Categories: ବାଣିଜ୍ୟ

କଟକରେ ରିଲାଏନ୍ସ ଡିଜିଟାଲର ନୂତନ ଷ୍ଟୋର

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ର ନୂତନ ଷ୍ଟୋର ଶନିବାର କଟକର ବାଦାମବାଡ଼ିସ୍ଥିତ ଲିଙ୍କ୍‌ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅଭିନେତା ଶୈଳେନ୍ଦ୍ର ସାମନ୍ତରାଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଲାଏନ୍ସ ଡିଜିଟାଲର ରିଜୋଓନାଲ ଅପରେଶନ ସେଲ୍‌ସ ମୁଖ୍ୟ ରାଜୀବ ଦାସ, କ୍ଲଷ୍ଟର ମ୍ୟାନେଜର ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ୧୨,୦୦୦ ବର୍ଗଫୁଟ୍‌ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ଗ୍ରାହକ ନୂଆ ସ୍ମାର୍ଟଫୋନ୍‌, ସ୍ମାର୍ଟ ଟିଭି, ୱାଶିଂ ମେଶିନ, ରେଫ୍ରିଜରେଟର, ହୋମ୍‌ ଥିଏଟର, ଡିଜିଟାଲ କ୍ୟାମେରା, ଲାପ୍‌ଟପ୍‌, ଆକ୍ସେସରି ଓ ଅନ୍ୟାନ୍ୟ କ୍ଷୁଦ୍ର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସମେତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ହୋମ୍‌ ଆପ୍ଲାଏନ୍ସଗୁଡିକର ଏକ ସମ୍ପୂର୍ଣ୍ଣ ଶୃଙ୍ଖଳା ପାଇପାରିବେ। ଏପରିକି ଗ୍ରାହକମାନେ ଏହି ନୂତନ ଷ୍ଟୋରର ୟର୍ଲି ବାର୍ଡ ଅଫର୍‌ ସମେତ ଅଗ୍ରଣୀ ବ୍ୟାଙ୍କ କାର୍ଡଗୁଡିକ ଉପରେ ୧୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଉପଭୋଗ କରିପାରିବେ। ସେହିଭଳି ରିଲାଏନ୍ସ ଡିଜିଟାଲ ୫୦୦ରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ବ୍ରାଣ୍ଡ୍‌ରୁ ୨୦୦୦ରୁ ଅଧିକ ଉତ୍ପାଦ ପ୍ରଦାନ କରୁଛି। ଏପରିକି ସହଜ ଇଏମ୍‌ଆଇ ସମେତ ଏକାଧିକ ଋଣ ବିକଳ୍ପ ସହିତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଅତୁଳନୀୟ ମୂଲ୍ୟ ପ୍ରଦାନକରି ରିଲାଏନ୍ସ ଡିଜିଟାଲ ପ୍ରତ୍ୟେକ ଗ୍ରାହକଙ୍କୁ ସେମାନଙ୍କର ଜୀବନଶୈଳୀ ସହ ମେଳ ଖାଇବା ପାଇଁ ଉପଯୁକ୍ତ ଟେକ୍ନୋଲୋଜି ସନ୍ଧାନ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ‘ପର୍ସନାଲାଇଜିଂ ଟେକ୍ନୋଲୋଜି’ର ଉଦ୍ଦେଶ୍ୟ ପ୍ରତି ବାସ୍ତବ ରହିଛି। ରିଲାଏନ୍ସ ଡିଜିଟାଲ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ପାଇଁ ଟେକ୍ନୋଲୋଜି ବିକଳ୍ପଗୁଡିକର ଏକ ନୂତନ ଦୁନିଆ ଆଣିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଏହି ଷ୍ଟୋର ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତ୍ତୀ ସେବା ପାଇଁ ସମର୍ପିତ ଇନ୍‌-ଷ୍ଟାର ସହାୟତା ପାଇଁ ଏକ୍ସପର୍ଟ ଟେକ୍‌ ସ୍କ୍ବାଡ୍‌ ଓ ରେସ୍କ୍ୟୁ ସର୍ଭିସ୍‌ ଏକ୍ସପର୍ଟଙ୍କ ସହିତ ସର୍ବୋତ୍ତମ ମୂଲ୍ୟରେ ଏକ ବିସ୍ତୃତ ଶୃଙ୍ଖଳାର ନୂତନ ଇଲେକ୍ଟ୍ରୋନିକ୍ସ ସମଗ୍ରୀ ପ୍ରଦାନ କରୁଛି। ସେହିପରି ଦ୍ରୁତ ଡେଲିଭରି ଓ ଇନ୍‌ଷ୍ଟାଲେଶନ ସହ ଗ୍ରାହକମାନେ ବିନା କୌଣସି ବିଳମ୍ବରେ ନିଜ ପସନ୍ଦର ଟେକ୍ନୋଲୋଜି ହାସଲ କରିପାରିବେ।

Share