ମୁମ୍ବାଇ,୨୫।୧୨: ଦେଶର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଡିଲ୍ କରିଛନ୍ତି। ଏହି ଡିଲ୍ ପୁରଣ ହେବା ପରେ ରିଲାଏନ୍ସ ଭାରତର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପନୀ ହୋଇଯିବ। ରିଲାଏନ୍ସ ଏବଂ ୱାଲ୍ଟ ଡିଜନି ମଧ୍ୟରେ ଏକ ଅନ-ଅଫିସିଆଲ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପରେ ୱାଲ୍ଟ ଡିଜନିର ଭାରତୀୟ ବ୍ୟବସାୟର ୫୧ ପ୍ରତିଶତ ରିଲାଏନ୍ସ ମାଲିକାନା ହେବ। ଉଭୟ କମ୍ପାନୀର ମିଶ୍ରଣ ପରେ ଦେଶର ବୃହତ୍ତମ ମନୋରଞ୍ଜନ କମ୍ପାନୀ ଜନ୍ମ ହେବ।
ରଏଟର୍ସ ରିପୋର୍ଟ ଅନୁଯାୟୀ ମନୋରଞ୍ଜନ ଜଗତର ଏହି ବଡ଼ ମିଶ୍ରଣ ଫେବୃୟାରୀ ୨୦୨୪ ସୁଦ୍ଧା ପୁରାଣ ହୋଇଯିବ। ରିଲାଏନ୍ସର ଏଥିରେ ୫୧ ପ୍ରତିଶତ ଅଂଶଧନ ଏବଂ ୪୯ ପ୍ରତିଶତ ଡିଜନି ପାଖରେ ରହିବ। ଏହି ମିଶ୍ରଣରେ ଉଭୟ ନଗଦ ଟଙ୍କା ଏବଂ ଷ୍ଟକ୍ ସାମିଲ ରହିଛି। ଦୁଇ ସପ୍ତାହ ପୂର୍ବରୁ ରଏଟର୍ସ ରିପୋର୍ଟ କରିଥିଲା ଯେ ଉଭୟ କମ୍ପାନୀର ଅଧିକାରୀମାନେ ଲଣ୍ଡନରେ ସାକ୍ଷାତ କରିବାକୁ ଯାଉଛନ୍ତି।
ଏହି ବଡ଼ ମିଶ୍ରଣ ପରେ ଜି ନେଟୱାର୍କ, ସୋନି ଟିଭି, ଆମାଜନ ପ୍ରାଇମ୍ ଏବଂ ନେଟଫ୍ଲିକ୍ସ ସହିତ ସିଧାସଳଖ ମୁକାବିଲା ହେବ। ବର୍ତ୍ତମାନ ସମୟରେ ରିଲାଏନ୍ସର ଜିଓ, ବିଭିନ୍ନ ଆପ୍ ଏବଂ ଭାୟକମ ୧୮ ସହିତ ମିଡ଼ିଆ ଏବଂ ମନୋରଞ୍ଜନ ଜଗତରେ ଉପସ୍ଥିତ ରହିଛି।