Categories: ବାଣିଜ୍ୟ

ୱାୟନାଡ୍‌ ଭୂସ୍ଖଳନ ପୀଡ଼ିତଙ୍କୁ ରିଲାଏନ୍ସ ଫାଉଣ୍ଡେଶନର ସହାୟତା

ମୁମ୍ବାଇ,୭।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିର ସାମାଜିକ ପ୍ରତିଷ୍ଠାନ ରିଲାଏନ୍ସ ଫାଉଣ୍ଡେଶନ ନିକଟରେ କେରଳର ୱାୟନାଡ୍‌ଠାରେ ହୋଇଥିବା ଭୂସ୍ଖଳନ କ୍ଷତିଗ୍ରସ୍ତ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଘୋଷଣା କରିଛି। ଏପରିକି ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେଶନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଭୂସ୍ଖଳନ କ୍ଷତିଗ୍ରସ୍ତ ପୀଡ଼ିତମାନଙ୍କୁ ତୁରନ୍ତ ସହାୟତା ଭାବେ ଖାଦ୍ୟ ସାମଗ୍ରୀ, ଫଳ, କ୍ଷୀର, ଶୁଖିଲା ରାଶନ ସାମଗ୍ରୀ, ବାସନକୁସନ, ପାନୀୟ ଜଳ, ମୌଳିକ ସ୍ବଚ୍ଛତା ସାମଗ୍ରୀ, ଟେଣ୍ଡ, ଶଯ୍ୟା, ସୋଲାର ଲଣ୍ଠନ ଏବଂ ଟର୍ଚ୍ଚ ଭଳି ସାମଗ୍ରୀ ଫାଉଣ୍ଡେଶନ ପକ୍ଷରୁ ଯୋଗାଇ ଦିଆଯାଉଛିି। ସେହିଭଳି ପ୍ରଭାବିତ ପରିବାର କିଭଳି ପୁଣି ଥରେ ସେମାନଙ୍କ ଜୀବନ ଜୀବିକାକୁ ଫେରି ପାରିବେ। ସେଥିପାଇଁ ବିହନ, ଚାରା, ଉପକରଣ ତଥା ଯନ୍ତ୍ରପାତି ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ଏପରିକି ପିଲାମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ପୁସ୍ତକ ଏବଂ କ୍ରୀଡ଼ା ସାମଗ୍ରୀ ସହ ଶିକ୍ଷା ସହାୟତା ମଧ୍ୟ ଉପଲବ୍ଧ କରାଯିବ। ଉଦ୍ଧାରକାରୀ କର୍ମୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳର କାର୍ଯ୍ୟ ସୁଗମ କରିବା ପାଇଁ ରିଲାଏନ୍ସ ଜିଓ ସ୍ବତନ୍ତ୍ର ଟାୱାର ସ୍ଥାପନ କରିଛି। ଏହାଦ୍ୱାରା ଯୋଗାଯୋଗରେ ଉନ୍ନତି ହୋଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁବ୍ୟବସ୍ଥିତ କରାଯାଇପାରିବ। ମନୋବୈଜ୍ଞାନିକ ଓ ସାମାଜିକ ଆଘାତ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ଫାଉଣ୍ଡେଶନ ପକ୍ଷରୁ ବିଶେଷଜ୍ଞ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ୱାୟନାଡ୍‌ରେ ଲୋକଙ୍କ ଦୁଃଖ ଏବଂ ଭୂସ୍ଖଳନ ହେତୁ ହୋଇଥିବା ଅଶେଷ କ୍ଷୟକ୍ଷତିକୁ ନେଇ ଆମେ ଦୁଃଖିତ। ଏହି ଦୁଃଖ ସମୟରେ ସମସ୍ତ ପ୍ରଭାବିତ ବ୍ୟକ୍ତି ଓ ପରିବାର ପ୍ରତି ଆମର ସମବେଦନା ଜଣାଉଛି। ବିଶେଷକରି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଆମର ରିଲାଏନ୍ସ ଫାଉଣ୍ଡେଶନର ବିଭିନ୍ନ ଦଳ ଦିନରାତି କାର୍ଯ୍ୟ କରୁଛନ୍ତି। ଏପରିକି ଆମେ ଏହି କଠିନ ସମୟରେ କେରଳର ଲୋକମାନଙ୍କ ସହିତ ରହିଛୁ।

Share