ରିଲାଏନ୍ସ ଫ୍ରେଶ୍‌ ସିଲ୍‌

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଗୋପବନ୍ଧୁ ଛକସ୍ଥିତ ରିଲାଏନ୍ସ ଫ୍ରେଶ୍‌କୁ ବିଏମ୍‌ସି ପକ୍ଷରୁ ୩ ଦିନ ପାଇଁ ସିଲ୍‌ କରାଯାଇଛି। ଦୋକାନୀମାନେ ୫ ମିଟର ପରିସୀମା ଭିତରେ ପରିମଳ ଦାୟିତ୍ୱ ବୁଝିବା କଥା। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। କିନ୍ତୁ ଥିରେ ଦୋକାନୀ ଖିଲାପ କରିଛନ୍ତି। ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଗ୍ରୀନ ଚିଲି ଫାଷ୍ଟ ଫୁଡ୍‌ ଦୋକାନ ପ୍ରତି ମଧ୍ୟ ଏହି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଖରାପ ପରିମଳ ବ୍ୟବସ୍ଥା ଯୋଗୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସ୍ବାସ୍ଥ୍ୟରକ୍ଷା ବ୍ୟବସ୍ଥାର ଉନ୍ନତି କରିବା ପରେ ଖୋଲିବା ଅମନୁତି ମିଳିବ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

Share