ମୁମ୍ବାଇ,୬।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଦେଶର ସର୍ବବୃହତ୍ ଏବଂ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ଜିଓ ୱାର୍ଲଡ୍ ସେଣ୍ଟରର ଉଦ୍ଘାଟନ ନିକଟରେ ହୋଇଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶିକା ଏବଂ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ବାନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ବଳରେ ସ୍ଥାପନ କରାଯାଇଥିବା ଏହି ସେଣ୍ଟର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୧୮.୫ ଏକର ପରିମିତ ଜମି ଉପରେ ସ୍ଥାପିତ ଏବଂ ଏହା ଏକ ପ୍ରତିଷ୍ଠିତ ବ୍ୟବସାୟ, ବାଣିଜ୍ୟ ଏବଂ ସାଂସ୍କୃତିକ ଗନ୍ତବ୍ୟସ୍ଥଳ ହେବାକୁ ଯାଉଛି। ଏହା ଭାରତ ଏବଂ ଏହାର ନାଗରିକମାନଙ୍କ ପାଇଁ ଏକ ବିଶ୍ୱଶ୍ରେଣୀୟ ଯୁଗାନ୍ତକାରୀ ସ୍ଥଳ ହେବ। ପ୍ରାରମ୍ଭିକ ଭାବେ ଧୀରୁଭାଇ ଅମ୍ବାନୀ ସ୍କୋୟାରର ଲୋକାର୍ପଣ ଏବଂ ମୁମ୍ବାଇ ମହାନଗର ପାଇଁ ମ୍ୟୁଜିକାଲ ଫାଉଣ୍ଟେନ୍ ଅଫ୍ ଜଏର ଉତ୍ସର୍ଗ ସହିତ ଭାରତର ସର୍ବବୃହତ୍ ଏବଂ ସୁନ୍ଦରତମ ‘ଜିଓ ୱାର୍ଲଡ୍ କନ୍ଭେନ୍ସନ ସେଣ୍ଟର’ର ଅନାବରଣ ଦ୍ୱାରା ଜିଓ ୱାର୍ଲଡ୍ ସେଣ୍ଟର ପର୍ଯ୍ୟାୟକ୍ରମେ ଉଦ୍ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ଏଠାରେ ରହିଛି ଏକ ସାଂସ୍କୃତିକ କେନ୍ଦ୍ର, ଏକ ମ୍ୟୁଜିକାଲ ଫାଉଣ୍ଟେନ, ଏକ ଉଚ୍ଚତର ରିଟେଲ ଅନୁଭୂତି, ବଛା ବଛା କାଫେଗୁଡିକର ସମ୍ଭାର ଏବଂ ଅତ୍ୟନ୍ତ ଆକର୍ଷଣୀୟ ରେସ୍ତୋରାଁ ସହିତ ସମସ୍ତ ସୁବିଧା ସୁଯୋଗ ଥିବା ଆପାର୍ଟମେଣ୍ଟ ଏବଂ କାର୍ଯ୍ୟାଳୟ ଓ ଅତ୍ୟାଧୁନିକ ସମ୍ମିଳନୀ ସ୍ଥଳ ଇତ୍ୟାଦି। ଏ ସମ୍ପର୍କରେ ନୀତା ଅମ୍ବାନୀ କହିଛନ୍ତି, ଜିଓ ୱାର୍ଲଡ୍ ସେଣ୍ଟର ହେଉଛି ରାଷ୍ଟ୍ର ପ୍ରତି ଏକ ସମ୍ମାନର ନିଦର୍ଶନ ଏବଂ ନୂତନ ଭାରତର ଆଶା ଆକାଂକ୍ଷାର ପ୍ରତିଫଳନ। ସର୍ବବୃହତ୍ ସମ୍ମିଳନୀ ସ୍ଥଳ ଠାରୁ ନେଇ ସାଂସ୍କୃତିକ ଅନୁଭୂତି ଏବଂ ଯୁଗାନ୍ତକାରୀ ରିଟେଲ ଏବଂ ଭୋଜନାଳୟ ଆଦି ସୁବିଧା ସହିତ ଜିଓ ୱାର୍ଲଡ୍ ସେଣ୍ଟରକୁ ମୁମ୍ବାଇର ଏକ ନୂଆ ପ୍ରତିଷ୍ଠିତ କେନ୍ଦ୍ରସ୍ଥଳ ଭାବରେ ପରିକଳ୍ପନା କରାଯାଇଛି।