Categories: ଜାତୀୟ

କର୍ମଚାରୀ ଏବଂ ତାଙ୍କ ପରିବାରର ଟିକା ଖର୍ଚ୍ଚ ବହନ କରିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୫।୩: ଇନଫୋସିସ, ଆସେଞ୍ଚର, ଟିିସିଏସ ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ ରିଲାଏନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ ଅମ୍ବାନୀ ସ୍ତ୍ରୀ ନୀତା ଅମ୍ବାନୀ ଏଭଳି ଏକ ବିବୃତ୍ତି ଜାରି କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି। ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ। ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହିତାଧିକାରୀ ପଞ୍ଜିକରଣ କରାଇବା ଉଚିତ୍‌ ବୋଲି ନୀତା ଅମ୍ବାନୀ କହିଛନ୍ତି। ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି। ସୂଚନାଯୋଗ୍ୟ, ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ।

Share