Categories: ଜାତୀୟ

୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରୁଛି ରିଲାଏନ୍ସ: ମାଗଣାରେ ମିଳିବ ଚିକିତ୍ସା

ମୁମ୍ବାଇ,୨୯।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଏହି କଠିନ ସମୟରେ ଭାରତକୁ ସହାୟତା କରିବାକୁ ଅନେକ ବିଶ୍ୱ ଆଗେଇ ଆସିଛନ୍ତି। ଅମ୍ଳଜାନର ଅଭାବ ଏବଂ ଡାକ୍ତରଖାନାରେ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ଜାମନଗରରେ ୧୦୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛି। ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଆସନ୍ତା ରବିବାର ସୁଦ୍ଧା ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ ହୋଇଯିବ। ରିଲାଏନ୍ସ ଫାଉଣ୍ଡେସନ ଏକ ବିବୃତ୍ତିରେ କହିଛି ଯେ, ଜାମନଗରର ସରକାରୀ ଡେଣ୍ଟାଲ କଲେଜ ଏବଂ ହସ୍ପିଟାଲ କ୍ୟାମ୍ପସରେ ଏକ ସପ୍ତାହ ମଧ୍ୟରେ ୪୦୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏହା ପରେ, ୬୦୦ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ ଜାମନଗରର ଅନ୍ୟ ଏକ ସ୍ଥାନରେ ଆଉ ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ। ବିଶେଷ କଥା ହେଉଛି ଏହି ଡାକ୍ତରଖାନାରେ ଚିକିତ୍ସା ସୁବିଧା ମାଗଣାରେ ଉପଲବ୍ଧ ହେବ।
ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ଜୀବାଣୁ ଦ୍ୱିତୀୟ ଲହର ସହ ଭାରତ ମୁକାବିଲା କରୁଛି। ଆମେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ବର୍ତ୍ତମାନ ଅତିରିକ୍ତ ସ୍ବାସ୍ଥ୍ୟସେବା ପାଇଁ ବହୁତ ଆବଶ୍ୟକତା ଅଛ। ସେ କହିଛନ୍ତି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନଙ୍କ ନେତୃତ୍ୱରେ ରିଲାଏନ୍ସ ଟିମ ଖୁବ କମ ସମୟ ମଧ୍ୟରେ ଦୁଇଟି କୋଭିଡ ସୁବିଧା କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛି।

 

Share