ନୂଆଦିଲ୍ଲୀ,୬।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ବ୍ରାଣ୍ଡ ଭାବେ ଉଭା ହୋଇଛି। ଫ୍ୟୁଚର ବ୍ରାଣ୍ଡ ଇଣ୍ଡେକ୍ସ ୨୦୨୦ରେ ରିଲାଏନ୍ସକୁ ଏଭଳି ମାନ୍ୟତା ମିଳିଛି। ତାଲିକାରେ ପ୍ରଥମ ସ୍ଥାନରେ ଆମେରିକାର ପ୍ରମୁଖ ଟେକ୍ ସ୍ଥାନରେ ଆପଲ୍ ରହିଛି। ରିଲାଏନ୍ସ ପ୍ରଥମ ଥର ଲାଗି ଏହି ସୂଚୀରେ ସାମିଲ ହୋଇଥିବା ଜଣାପଡିଛି। କମ୍ପାନୀ ନିକଟରେ ଜବରଦସ୍ତ ପରଫରମାନ୍ସ କରିଥିବା ଜଣାପଡିଛି। ଭାରତରେ ସବୁଠାରୁ ଉନ୍ନତ ଲାଭ କରୁଥିବା କମ୍ପାନୀ ମଧ୍ୟରେ ଏହା ସାମିଲ ହୋଇଛି। ଏହା ଅଭିବୃଦ୍ଧି, ଅଭିନବ ପ୍ରଡକ୍ଟ, ଉନ୍ନତ ଗ୍ରାହକ ସେବା ଲାଗି ଲୋକପ୍ରିୟତା ହାସଲ କରିଥିବା ଫ୍ୟୁଚର ବ୍ରାଣ୍ଡ ପକ୍ଷରୁ ସୂଚନା ରହିଛି। ଏହି ସୂଚୀର ତୃତୀୟ ସ୍ଥାନରେ ସାମ୍ସଙ୍ଗ ରହିଥିବା ବେଳେ ଏହା ପରେ ଏନ୍ଭିଡିଆ, ମୌଟାଇ, ନାଇକ୍, ମାଇକ୍ରୋସଫ୍ଟ, ଏଏସ୍ଏମ୍ଏଲ୍, ପେପଲ୍, ନେଟ୍ଫ୍ଲିକ୍ସ ଭଳି କମ୍ପାନୀ ସ୍ଥାନିତ ହୋଇଛନ୍ତି।