Categories: ବାଣିଜ୍ୟ

ରିଲାଏନ୍ସ ଜୁଏଲ୍ସର ଆନିଭର୍ସାରି କଲେକ୍ସନ

ଭୁବନେଶ୍ୱର,୧୦।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ଆନିଭର୍ସାରି କଲେକ୍ସନ ‘ଆଭାର’ର ଉନ୍ମୋଚନ ସହ ପ୍ରତିଷ୍ଠାନର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଭାର କଲେକ୍ସନ-୨୦୨୩ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା ମଧ୍ୟ କରାଯାଇଛି। ବିଶେଷକରି ଆଭାର କଲେକ୍ସନରେ ଅନେକ ଆକର୍ଷଣୀୟ ଡିଜାଇନ ଓ ଅତୁଳନୀୟ କାରିଗରିର ବ୍ୟାପକ ସମ୍ଭାର ଗ୍ରାହକଙ୍କ ପାଇଁ ଉପଲବ୍ଧ। ଏପରିକି ଉକ୍ତ କଲେକ୍ସନରେ ବ୍ୟାପକ ଶ୍ରେଣୀୟ ଇୟରିଂ ଡିଜାଇନ ଉଭୟ ସୁନା ଓ ହୀରା ଅଳଙ୍କାରରେ ଉପଲବ୍ଧ। ଏଥିରେ ବିଭିନ୍ନ ଷ୍ଟାଇଲ୍‌ ଯଥା ଷ୍ଟଡ୍ସ, ସୁଇ ଧାଗା, ଜେ-ହୁପ୍ସ,ଡାଙ୍ଗଲର୍ସ ଓ ସମ୍ମୁଖ ଓ ପଛ ପାଶ୍ୱର ଡିଜାଇନ ଆଦି ସାମିଲ ରହିଛି। ସେହିଭଳି ପ୍ରତି ଇୟରିଂ ଡିଜାଇନକୁ ଅତ୍ୟନ୍ତ କୁଶଳତାର ସହ ପ୍ରସ୍ତୁତ କରାଯାଇଛି; ଯାହାକି ଅତ୍ୟନ୍ତ ମନୋମୁଗ୍ଧକର ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବ୍ୟକ୍ତିତ୍ୱ ବିକାଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଏହା ସାଧାରଣ ଲୁକ୍‌ଠାରୁ ଆରମ୍ଭକରି ସ୍ମରଣୀୟ ଅବସର ନିମନ୍ତେ ବେଶ୍‌ ଆକର୍ଷଣୀୟ ଷ୍ଟାଇଲର ସମ୍ଭାର ପ୍ରଦାନ କରିଥାଏ। ଏହାକୁ ଅତ୍ୟନ୍ତ ଯନତ୍ର ସହ ପ୍ରସ୍ତୁତ କରାଯାଇଛି, ଯାହାକି ଯୁବଗୋଷ୍ଠୀଙ୍କ ଷ୍ଟାଇଲକୁ ଅଭିବୃଦ୍ଧି ଓ ସମସ୍ତ ବର୍ଗର ମହିଳାଙ୍କୁ ଆକର୍ଷଣୀୟ କରିଥାଏ।
ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ପ୍ରତିଷ୍ଠାନର ୧୬ତମ ବାର୍ଷିକୋତ୍ସବ ପାଳନ ସହ ଆନିଭର୍ସାରି କଲେକ୍ସନ ‘ଆଭାର’ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଏହି ଉଦ୍ୟୋଗରେ ସଫଳତାର ୧୬ବର୍ଷ ସମାପ୍ତ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଆମେ ଏହି ସଫଳତା ଆମର ମୂଲ୍ୟବାନ୍‌ ପୃଷ୍ଠପୋଷକ ଓ ଗ୍ରାହକଙ୍କ କାରଣରୁ ପାଇପାରିଛୁ। ଏହି ଆକର୍ଷଣୀୟ ଆଭାର କଲେକ୍ସନରେ ରହିଛି, ଉକତ୍ୃଷ୍ଟ କାରିଗରି ଓ ଏହା ଆମର ଗ୍ରାହକଙ୍କ ସମ୍ପର୍କ ଓ ନିବିଡ଼ତାକୁ ପରିପ୍ରକାଶ କରିଥାଏ। ଅପରପକ୍ଷରେ ଏହି ‘ଆଭାର କଲେକ୍ସନ-୨୦୨୩’ ଅଭିଯାନ ୨୦୨୩ ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ। ଉକ୍ତ ଆନିଭର୍ସାରି ଉତ୍ସବକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ଆମେ ଆକର୍ଷଣୀୟ ଅଫର ଓ ରିହାତି ଗ୍ରାହକଙ୍କୁ ଯୋଗାଇ ଦେଉଛୁ। ଏହି ଅବଧି ମଧ୍ୟରେ ରିଲାଏନ୍ସ ଜୁଏଲ୍ସର ସୁନା୍‌ଗହଣାର ଗଢ଼ା ମଜୁରି ଉପରେ ଏବଂ ହୀରା ଗହଣାର ମୂଲ୍ୟ ଉପରେ ୨୫% ରିହାତ ପ୍ରଦାନ କରାଯାଉଛି। ଏହି କଲେକ୍ସନ ରିଲାଏନ୍ସର ସମସ୍ତ ଶୋ’ରୁମ୍‌ ଓ ଶପ୍‌-ଇନ୍‌-ଶପ୍‌ରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ମଧ୍ୟ କ୍ରୟ କରିପାରିବେ।

Share