Categories: ବାଣିଜ୍ୟ

‘ରିଲାଏନ୍ସ ଜୁଏଲ୍‌ସ ଡ୍ରିମ୍‌ ଡାଇମଣ୍ଡ ସେଲ୍‌’

ନୂଆଦିଲ୍ଲୀ,୨୦।୧:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ନିକଟରେ ‘ରିଲାଏନ୍ସ ଜୁଏଲ୍‌ସ ଡ୍ରିମ୍‌ ଡାଏମଣ୍ଡ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଶପିଂ ଅନୁଭବ ପ୍ରଦାନ କରାଇବା ପାଇଁ ଆକର୍ଷଣୀୟ ଡିଜାଇନ, ୟୁନିକ୍‌ କଲେକ୍‌ସନ ଓ ଆହୁରି ଅନେକ କିଛି ଆକର୍ଷଣୀୟ ଅଫର ମଧ୍ୟ ଉପଲବ୍ଧ। ବିଶେଷକରି ଉକ୍ତ ଡାଇମଣ୍ଡ ସେଲ୍‌ରେ ବ୍ୟାପକ କଲେକସନ ଯଥା ନେକ୍‌ଲେସ୍‌ ସେଟ୍‌, ପେଣ୍ଡାଣ୍ଟ ସେଟ୍‌, ଚୁଡ଼ି, ବ୍ରେସ୍‌ଲେଟ୍‌, ରିଙ୍ଗ୍‌ ଓ ଆହୁରି ଅନେକ ଆକର୍ଷଣୀୟ ଡିଜାଇନ ପ୍ରଦର୍ଶିତ କରିଥାଏ, ଯାହା ଆପଣଙ୍କର ସ୍ବତନ୍ତ୍ର ଅବସରକୁ ଆହୁରି ସ୍ମରଣୀୟ କରିଥାଏ। ସେହିଭଳି ଏହି ସେଲ୍‌ ଅବସରରେ ଡାଇମଣ୍ଡ ମୂଲ୍ୟର ୨୫% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ରହିଛି। ଏହି ଅଫର ଚଳିତ ବର୍ଷ ୧୪ ଫେବୃୟାରୀ ପର୍ଯ୍ୟନ୍ତ ବୈଧ ରହିଛି। ସର୍ତ୍ତ ଓ ନିୟମାବଳୀ ଲାଗୁ ହେବ। ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନୀଲ୍‌ ନାୟକ କହିଛନ୍ତି, ଆମର ଡାଇମଣ୍ଡ ଜୁଏଲେରି କଲେକ୍‌ସନ ହେଉଛି ଏକ ସ୍ବତନ୍ତ୍ର କଳାକୃତିର ଡିଜାଇନ। ଏହି ଜୁଏଲେରି ପିସ୍‌ଗୁଡ଼ିକୁ ବହୁତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥାଏ। ଏହାଦ୍ୱାରା ପ୍ରତ୍ୟେକ ପିସ୍‌ ଯେପରି ଏକ ଟାଇମଲେସ୍‌ ମାଷ୍ଟରପିସ୍‌ ହେବ ତାହାକୁ ସୁନିଶ୍ଚିତ କରାଯାଇପାରିବ। ଏହା ସୌନ୍ଦର୍ଯ୍ୟ, ଲକ୍‌ଜୁରି ଓ ଚିରନ୍ତନ ପ୍ରେମର ଏକ ନିଦର୍ଶନ। ଡାଇମଣ୍ଡ ଜୁଏଲେରି ହେଉଛି ସୌନ୍ଦର୍ଯ୍ୟ ଓ ଉତ୍କୃଷ୍ଟ କଳାକୃତିର ଏକ ଅତୁଳନୀୟ ସମାହାର। ରିଲାଏନ୍ସ ଜୁଏଲ୍‌ସର ଡାଇମଣ୍ଡ କଲେକ୍‌ସନ ସହିତ ଆମେ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଡିଜାଇନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଉ, ଯାହାକୁ ଆପଣ ସାରା ଜୀବନ ନିଜ ପାଖରେ ରଖିପାରିବେ।

Share