ରିଲାଏନ୍ସ ଜିଓର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୨୨।୪: ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ମଧ୍ୟ ପ୍ରକାଶ କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ୍‌ ଲାଭ ୨୦୨୧- ୨୨ ଆର୍ଥିକ ବର୍ଷ ତୁଳନାରେ ୨୩% ବୃଦ୍ଧି ଘଟି ୧୮,୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ୍‌ ଲାଭ ୧୪,୮୧୭ କୋଟି ଟଙ୍କା ରହିଥିଲା। ସେହିଭଳି କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ବ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୮% ବୃଦ୍ଧି ଘଟି ୯୦,୭୮୬ କୋଟି ଟଙ୍କାରେ ପହଞ୍ଚତ୍ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି, ଯାହା ୨୦୨୧-୨୨ ଆର୍ଥିକ ବର୍ଷରେ ୭୬,୯୭୭ କୋଟି ଟଙ୍କା ରହିଥିଲା। ସେହିପରି ୨୦୨୩ ଜାନୁୟାରୀରୁ ମାର୍ଚ୍ଚ ଶେଷ ସୁଦ୍ଧା ବା ୪ର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍‌ ଲାଭ ୪୧୭୩ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି, ଯାହା ୨୦୨୧- ୨୨ ଆର୍ଥିକ ବର୍ଷ ସମାନ ତ୍ରୈମାସିକ ତୁଳନାରେ ୧୩% ଅଧିକ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ୪ର୍ଥ ତ୍ରୈମାସିକରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩,୩୯୪ କୋଟି ଟଙ୍କା ରହିଛି, ଯାହା ୨୦୨୧- ୨୨ ଆର୍ଥିକ ବର୍ଷ ସମାନ ତ୍ରୈମାସିକରେ ୨୦,୯୦୧ ଟଙ୍କା ରହିଥିଲା।

Share