ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି। ଉଭୟ ଜିଓ ଫୋନର ରିଚାର୍ଜ ପ୍ଲାନ। କିଛି ମାସ ପୂର୍ବରୁ ଜିଓ ଫୋନ୍ର ଅନେକ ରିଚାର୍ଜ ପ୍ଲାନ୍ ଉପରେ କମ୍ପାନୀ ‘ବାଏ ଓ୍ବ୍ାନ୍ ଗେଟ୍ ଓ୍ବାନ୍ ଫ୍ରି’ ଅଫର ଦେଉଥିଲା। ଏବେ ଏହାକୁ ବନ୍ଦ କରିଦିଆଯାଇଛି।
ଜିଓ ଫୋନ୍ର ୩୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୧୪ ଦିନର ବୈଧତା ସହ ଯେକୌଣସି ନେଟଓ୍ବାର୍କକୁ ମାଗଣା କଲ୍ର ସୁବିଧା ମିଳିଥାଏ। ଏହାଛଡ଼ା ପ୍ରତିଦିନ ୧୦୦ ଏମ୍ବି ଡାଟା ମଧ୍ୟ ମିଳିଥାଏ। ମୋଟ ଦେଖିଲେ ୧.୪ଜିବିର ଡାଟା ମିଳୁଥିଲା।
ସେହିଭଳି ୬୯ ଟଙ୍କିଆ ପ୍ଲାନ୍ରେ ଜିଓ ଗ୍ରାହକମାନଙ୍କୁ ୧୪ ଦିନ ବୈଧତା ସହ ଯେକୌଣସି ନେଟଓ୍ବାର୍କକୁ ମାଗଣା କଲିଂ ଏବଂ ପ୍ରତିଦିନ ୦.୫ଜିବି ଡାଟା ମିଳିଥାଏ। ପ୍ଲାନ୍ରେ ମୋଟ ୭ଜିବି ଡାଟା ମିଳୁଥିଲା।
ଏବେ ଜିଓ ଫୋନ୍ର ସବୁଠାର ଶସ୍ତା ପ୍ଲାନ ୭୫ ଟଙ୍କାର ରହିଛି। ଏହି ପ୍ଲାନର ବୈଧତା ୨୮ ଦିନର। ଗ୍ରାହକମାନେ ପ୍ରତିଦିନ ୦.୧ଜିବି ଡାଟା ମିଳିଥାଏ।