Categories: ବାଣିଜ୍ୟ

ଜିଓ ଆଣିଲା ଜବରଦସ୍ତ ଚଷମା, ମୋବାଇଲ ସ୍କ୍ରିନ୍‌କୁ କରିଦେବ ହାଇଟେକ୍‌ ଥିଏଟର

ନୂଆଦିଲ୍ଲୀ,୧୧।୧୧: ଭାରତର ଶ୍ରେଷ୍ଠ ଟେଲିକମ୍‌ କମ୍ପାନୀ ଜିଓ ଏଆର୍‌-ଭିଆର୍‌ ସପୋର୍ଟ ଥିବା ମିକ୍ସଡ୍‌ ରିଆଲିଟି ହେଡସେଟ୍‌ ଜିଓ ଚଷମା ବଜାରକୁ ଆଣିଛି। ଏହାକୁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ରେ ପ୍ରଦର୍ଶନ କରାଯାଇଥିଲା। ଏହି ହାଇଟେକ୍‌ ଚଷମାର ଏକାଧିକ ସ୍ବତନ୍ତ୍ରତା ରହିଛି। ଏହା ଛୋଟ ମୋବାଇଲ ସ୍କ୍ରିନ୍‌କୁ ୧୦୦ ଇଞ୍ଚର ବଡ଼ ସ୍କ୍ରିନ୍‌ରେ ପରିବର୍ତ୍ତିତ କରିଦିଏ। ସେହିଭଳି ଡିଭାଇସ୍‌ରେ ଥିବା ଏଆର୍‌ ଏବଂ ଭିଆର୍‌ ମୋଡ୍‌କୁ ମଧ୍ୟ ସହଜରେ ସ୍ବିଚ୍‌ କରିପାରିବେ।

ଜିଓ ଚଷମାରେ ୪୦ ଡିଗ୍ରୀ ଫିଲ୍ଡ-ଅଫ୍‌-ଭ୍ୟୁ ସହ ଡୁଆଲ ଫୁଲ-ଏଚ୍‌ଡି ଡିସ୍‌ପ୍ଲେ ଅଛି। ଏହି ଡିସ୍‌ପ୍ଲେ ୧୦୦ ଇଞ୍ଚର ଭର୍ଚୁଆଲ ସ୍କ୍ରିନ୍‌ କରିଦେଇଥାଏ। ଆଖି ଉପରେ ବିଶେଷ ପ୍ରଭାବ ନ ପକାଇବା ଲାଗି ଡିଭାଇସ୍‌ରେ ଲୋ ବ୍ଲୁ ଲାଇଟ୍‌ ଏମିଶନ ଏବଂ tuv ରିନଲ୍ୟାଣ୍ଡର ରେଟିଂ ମିଳିଥାଏ। ଏହାକୁ ପିନ୍ଧିଥିଲେ ବି ନିଜର ବ୍ୟକ୍ତିଗତ ଚଷମା ମଧ୍ୟ ପିନ୍ଧାଯାଇପାରିବ। ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଯେକେହି ମ୍ୟାଗ୍ନେଟିକ୍‌ ପ୍ରେସ୍କ୍ରିପ୍‌ଶନ ଲେନ୍ସର ମଧ୍ୟ ବ୍ୟବହାର କରିପାରିବେ।

ରିପୋର୍ଟ ଅନୁଯାୟୀ, ଜିଓ ସ୍ମାର୍ଟ ଗ୍ଲାସରେ ଏକ ପ୍ରୋକ୍ସିମିଟି ସେନ୍ସର ଏବଂ ଏକ ୯ ଆଇଏମ୍‌ୟୁ ସେନ୍ସର ମଧ୍ୟ ରହିଛି। ଏଥିରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ମଧ୍ୟ ଅଛି। ହେଲେ କମ୍ପାନୀ ପକ୍ଷରୁ ଏହାର ଦାମ୍‌ ନେଇ ଖୁଲାସା କରାଯାଇନାହିଁ। ତେବେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୫ ହଜାର ହେବ ବୋଲି କୁହାଯାଉଛି।

Share