Categories: ବାଣିଜ୍ୟ

ଜିଓକୁ ୪,୮୬୩ କୋଟି ଟଙ୍କାର ଲାଭ

ନୂଆଦିଲ୍ଲୀ,୨୨।୭: ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ନେଟ୍‌ ପ୍ରଫିଟ୍‌(ଲାଭ) ୧୨% ବୃଦ୍ଧିପାଇ ୪,୮୬୩ କୋଟି ଟଙ୍କା ହୋଇଛି। ବର୍ଷେ ପୂର୍ବରୁ ଏହା ୪,୩୩୫ କୋଟି ଥିଲା। ପ୍ରଥମ ତ୍ରୈମାସିକରେ ଜିଓର ମୋଟ ଆୟ ବୃଦ୍ଧି ପାଇ ୨୪,୧୨୭ କୋଟି ଟଙ୍କା ହୋଇଛି।

କହିରଖୁଛୁ ଯେ, ଏହି ଫଳାଫଳ ଆସିବା ପୂର୍ବରୁ ରିଲାଏନ୍ସ ଲିମିଟେଡ୍‌ରୁ ରିଲାଏନ୍ସ ଷ୍ଟାଟର୍ଜିକ୍‌ ଇନ୍‌ଭେଷ୍ଟମେଣ୍ଟ୍ସ ଲିମିଟେଡ୍‌(ଆରଏସ୍‌ଆଇଏଲ) ଅଲଗା ହୋଇଥିଲା। ଏହାର ନାମ ପରିବର୍ତ୍ତନ ହୋଇ ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ ରଖାଯାଇଛି। ଏବେ ଜିଓ ଫାଇନାନ୍ସିଆଲ ଅଲଗା ଭାବେ ଶେୟାର ବଜାରରେ ତାଲିକାଭୁକ୍ତ ହେବ।

Share