Categories: ବାଣିଜ୍ୟ

ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ

ମୁମ୍ବାଇ,୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଜିଓ ତା’ର ପ୍ରିପେଡ୍‌ ମୋବାଇଲ ଗ୍ରାହକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ଷିକୀ ଅଫର ସମ୍ପର୍କରେ ଘୋଷଣା କରିଛି। ଜିଓ ମୋବାଇଲ୍‌ ଉପଭୋକ୍ତାମାନେ ତିନୋଟି ନିର୍ଦ୍ଦିଷ୍ଟ ରିଚାର୍ଜ ପ୍ଲାନ୍‌ ସହ ସୀମିତ ଅବଧି ମଧ୍ୟରେ ଏହି ବିଶେଷ ଅଫରର ଲାଭ ନେଇପାରିବେ। ୨୦୨୪ ସେପ୍ଟେମ୍ବର ୫ରୁ ୧୦ ମଧ୍ୟରେ ୮୯୯ଟଙ୍କା ଓ ୯୯୯ଟଙ୍କା ମୂଲ୍ୟର ୩ମାସର ଅବଧି ବିଶିଷ୍ଟ ରିଚାର୍ଜ ପ୍ଲାନ୍‌ ଏବଂ ୩୫୯୯ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନ୍‌ ସହ ରିଚାର୍ଜ କରୁଥିବା ଜିଓ ପ୍ରିପେଡ୍‌ ମୋବାଇଲ ଉପଭୋକ୍ତାମାନେ ୭୦୦ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ ପାଇପାରିବେ। ଉଭୟ ୮୯୯ ଟଙ୍କା ଓ ୯୯୯ ଟଙ୍କା ମୂଲ୍ୟର ୩ମାସିଆ ରିଚାର୍ଜ ପ୍ଳାନ୍‌ରେ ଦୈନିକ ୨ ଜିବି ହାଇସ୍ପିଡ୍‌ ଡାଟା ମିଳୁଥିବା ବେଳେ ବୈଧତା ଅବଧି ଯଥାକ୍ରମେ ୯୦ଦିନ ଓ ୯୮ ଦିନ ରହିଛି। ୩୫୯୯ଟଙ୍କା ମୂଲ୍ୟର ବାର୍ଷିକ ରିଚାର୍ଜ ପ୍ଲାନ୍‌ର ବୈଧତା ୩୬୫ ଦିନ ରହିଥିବା ବେଳେ ଏଥିରେ ଦୈନିକ ୨.୫ଜିବି ହାଇସ୍ପିଡ୍‌ ଡାଟା ଉପଲବ୍ଧ ହେଉଛି। ପୂର୍ତ୍ତି ଉତ୍ସବ ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ଜିବିର ଅତିରିକ୍ତ ଡାଟା ପ୍ୟାକ୍‌ ମିଳିବ,ଯାହାର ବୈଧତା ୨୮ଦିନ ରହିବ।

Share