Posted inବଜେଟ

ରିଲାଏନ୍ସ ଜିଓର ଦ୍ୱିିତୀୟ ତ୍ରୈମାସରେ ୫୦୫୮କୋଟି ନିଟ୍‌ ଲାଭ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା) : ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୈମାସରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ନିଟ୍‌ ଲାଭ ଗତ ବର୍ଷ ସମାନ ତ୍ରୈମାସ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଁ ୫୦୫୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ବର୍ଷ ସମାନ ତ୍ରୈମାସରେ କମ୍ପାନୀର ନିଟ୍‌ ଲାଭ ୪୫୧୮ କୋଟି ଟଙ୍କା ରହିଥିଲା। ଜୁଲାଇ-ସେପ୍ଟେମ୍ବର ୨୦୨୩ରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୮ ପ୍ରତିଶତ ବୃଦ୍ଧି ସହ ୨୪,୭୫୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସୂଚନା ଥାଉକି, ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ବ ବଜାର ଅଂଶ ସହ ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଦ୍ରୁତଗତିରେ ଏହାର ୫ଜି ନେଟ୍‌ୱର୍କର ସମ୍ପ୍ରସାରଣ ଜାରି ରଖିଛି। ଦେଶରେ ଏବେ ରହିଥିବା ମୋଟ ୫ଜି ନେଟ୍‌ୱର୍କର ୮୫ ପ୍ରତିଶତ ଜିଓ ସ୍ଥାପନା କରିଛି । ନିକଟରେ କମ୍ପାନୀ ପକ୍ଷରୁ ଦେଶର ପ୍ରମୁଖ ସହରଗୁଡ଼ିକରେ ଜିଓ ଏୟାର ଫାଇବର ସେବା ଶୁଭାରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ନିୟନ୍ତ୍ରଣ, ଜଳସେଚନ ପ୍ରକଳ୍ପପାଇଁ ବଡ଼ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୨୪।୦୭: ବିଭିନ୍ନ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ୧୧,୫୦୦ କୋଟି ଟଙ୍କାର ଆର୍ଥିକ...

ଆଣବିକ ଶକ୍ତି, ପମ୍ପ୍‌ଡ ଷ୍ଟୋରେଜ୍‌, ଥର୍ମାଲ ପ୍ଲାଣ୍ଟକୁ ଗୁରୁତ୍ୱ ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୨୪।୦୭: ଭାରତର ଶକ୍ତି ପରିବର୍ତ୍ତନ ଯୋଜନାରେ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟର (ଏସ୍‌ଏମ୍‌ଆର୍‌), ପମ୍ପ୍‌ଡ ଷ୍ଟୋରେଜ ପ୍ରୋଜେକ୍ଟ ଏବଂ ଅଧିକ ଦକ୍ଷ ଥର୍ମାଲ ପ୍ଲାଣ୍ଟଗୁଡ଼ିକର ବିକାଶ...

ନିଯୁକ୍ତି, ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଲେ ମୋଦି ସରକାର, ଏଥର ମିଳିବ ଚାକିରି

ନୂଆଦିଲ୍ଲୀ,୨୪।୦୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପନ କରିଥିବା ବଜେଟରେ ନିଯୁକ୍ତି, ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୪.୧ କୋଟି ଯୁବବର୍ଗଙ୍କ ନିମନ୍ତେ...

ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୪।୦୭: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ଉଭୟ ଗ୍ରାମାଞ୍ଚଳ ଏବଂ...

ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ କେତେ କୋଟି ଦେଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୪।୦୭: ମନ୍ତ୍ରଣାଳୟ ଅନୁଯାୟୀ ବ୍ୟୟବରାଦ (କୋଟିରେ) ୧ ଅର୍ଥ ମନ୍ତ୍ରଣାଳୟ ୧୮,୫୮,୧୫୮.୫୨ ୨ ପ୍ରତିରକ୍ଷା ମନ୍ତ୍ରଣାଳୟ ୬,୨୧,୯୪୦.୮୫ ୩ ସଡ଼କ ପରିବହନ ଓ ରାଜପଥ...

ପ୍ରତିରକ୍ଷା କ୍ଷେତ୍ରକୁ ବିଶେଷ ଫୋକସ୍‌, ବଜେଟ୍‌ରେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୦୭: ୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ...

ଏହି କ୍ଷେତ୍ର ପାଇଁ ସବୁଠାରୁ ଅଧିକ ଟଙ୍କା ଘୋଷଣା କଲେ ମୋଦି ସରକାର

ନୂଆଦିଲ୍ଲୀ,୨୩।୦୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ...

ଜାଣନ୍ତୁ ଏଥର ବଜେଟ୍‌ରେ କ’ଣ  ରହିଛି

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri