Categories: ବଜେଟ

ରିଲାଏନ୍ସ ଜିଓର ଦ୍ୱିିତୀୟ ତ୍ରୈମାସରେ ୫୦୫୮କୋଟି ନିଟ୍‌ ଲାଭ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା) : ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଜୁଲାଇ-ସେପ୍ଟେମ୍ବର ୨୦୨୩ ତ୍ରୈମାସରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ନିଟ୍‌ ଲାଭ ଗତ ବର୍ଷ ସମାନ ତ୍ରୈମାସ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଁ ୫୦୫୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ବର୍ଷ ସମାନ ତ୍ରୈମାସରେ କମ୍ପାନୀର ନିଟ୍‌ ଲାଭ ୪୫୧୮ କୋଟି ଟଙ୍କା ରହିଥିଲା। ଜୁଲାଇ-ସେପ୍ଟେମ୍ବର ୨୦୨୩ରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୯.୮ ପ୍ରତିଶତ ବୃଦ୍ଧି ସହ ୨୪,୭୫୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସୂଚନା ଥାଉକି, ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ବ ବଜାର ଅଂଶ ସହ ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ହୋଇଥିବା ବେଳେ ଦ୍ରୁତଗତିରେ ଏହାର ୫ଜି ନେଟ୍‌ୱର୍କର ସମ୍ପ୍ରସାରଣ ଜାରି ରଖିଛି। ଦେଶରେ ଏବେ ରହିଥିବା ମୋଟ ୫ଜି ନେଟ୍‌ୱର୍କର ୮୫ ପ୍ରତିଶତ ଜିଓ ସ୍ଥାପନା କରିଛି । ନିକଟରେ କମ୍ପାନୀ ପକ୍ଷରୁ ଦେଶର ପ୍ରମୁଖ ସହରଗୁଡ଼ିକରେ ଜିଓ ଏୟାର ଫାଇବର ସେବା ଶୁଭାରମ୍ଭ କରାଯାଇଛି ।