ଦେଶରୁ ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ସ୍ତ୍ରୀ ନୀତା ଅମ୍ବାନୀ ସେମାନଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁକେଶ ଘରର ସମସ୍ତ ଚାକର ୨ ଲକ୍ଷରୁ ଅଧିକ ଟଙ୍କା ଦରମା ରୂପେ ନେଇଥାନ୍ତି। ହେଲେ ସେମାନଙ୍କ ପିଲାମାନେ ନିଜ ରୁମ୍ ନିଜେ ସଫା କରିଥିଲେ। ଏକ ସାକ୍ଷାତକାରରେ ନୀତା ଏହା କହିଥିଲେ। ସେମାନେ ଏପରି କାହିଁକି କରନ୍ତି ତାହା ମଧ୍ୟ ନୀତା କହିଥିଲେ।
ନିଜ ପିଳାମାନଙ୍କୁ କିପରି ପାଳିଛନ୍ତି ବୋଲି ଏକ ସାକ୍ଷାତକାରେରେ ନୀତାଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, ମୁଁ ଏବଂ ମୁକେଶ ମଧ୍ୟବୀତ ପରିବାରରୁ ଆସିଛୁ। ମଧ୍ୟବୀତ ପରିବାରର ପିଲାମାନଙ୍କୁ ଅନେକ ଜିନିଷ ବିନା ବଞ୍ଚିବା ଶିଖୁବାକୁ ହୋଇଥାଏ। ଆହୁରି ମଧ୍ୟ ସେ କହିଥିଲେ, ତାଙ୍କ ପିଲାମାନେ ଆକାଶ, ଈଶା ଏବଂ ଅନନ୍ତ ଅଧିକାଂଶ ସମୟ ସେମାନଙ୍କ ଜେଜେ ବାବା ଏବଂ ଅଜାଙ୍କ ସହ ବିତାଇଥାନ୍ତି। ସେଠାରୁ ସେମାନଙ୍କୁ ଡାଉଟ୍ ଟୁ ଆର୍ଥ ଶିକ୍ଷାଲାଭ କରିପାରିଛନ୍ତି।
ନୀତାଙ୍କ ବାପା ସେଣ୍ଟାକ୍ରୁଜ୍ରେ ରହୁଥିଲେ। ତେଣୁ ସେ ପିଲାମାନଙ୍କୁ ଟ୍ରେନ୍ରେ ନେଇ ବାପାଙ୍କ ପାଖକୁ ଯାଉଥିଲେ। ସବୁ ଜିନିଷର ଗୁରୁତ୍ୱ ବିଷୟରେ ବୁଝିବା ଆବଶ୍ୟକ। ଘରେ ଅନେକ ଚାକରବାକର ଥିଲେ ମଧ୍ୟ ସେମାନଙ୍କ ପିଲାମାନେ ନିଜ ନିଜ ରୁମ୍ ନିଜେ ସଫା କରିଥାନ୍ତି ବୋଲି ନୀତା କହିଥିଲେ।