Categories: ବାଣିଜ୍ୟ

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍‌ର ସୁପରଷ୍ଟାର: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ଅମ୍ବାନୀ ପରିବାରର ଏହି ବିବାହରେ ଦେଶ, ବିଦେଶରୁ ଅନେକ ବଡ ବଡ଼ ଲୋକ ଉପସ୍ଥିତ ହୋଇଥିଲେ। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଶାହାରୁଖ୍‌ ଖାନ୍‌ଙ୍କ ପରି କଳାକାରମାନେ ଏହି ବିବାହରେ ଉପସ୍ଥିତ ହୋଇ ବରଯାତ୍ରୀମାନଙ୍କୁ ଖାଦ୍ୟ ପରସୁଥିବା ଆମେ ଭିଡିଓ ଏବଂ ଫଟୋରେ ଦେଖିଛୁ। ତେବେ ଜାଣିବେ ବଲିଉଡ୍‌ ସୁପରଷ୍ଟାରମାନେ କାହିଁକି ଖାଦ୍ୟ ପରସୁଥିଲେ।
ଈଶାଙ୍କ ବିବାହରେ ଅଭିଷେକ ବଚ୍ଚନ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ପହଞ୍ଚିଥିଲେ। ଏହି ବିବାହ ପରେ ଜଣେ ଟ୍ବିଟର ଅଭିଷେକଙ୍କୁ ଟ୍ରୋଲ କରି କହିଥିଲେ ଯେ, ତମେମାନେ ମୁକେଶ ଅମ୍ବାନୀଙ୍କ ଝିଅ ବିବାହରେ ଖାଦ୍ୟ ପରସୁଛ। ଏମିତି କ’ଣ ପାଇଁ? ଉତ୍ତରରେ ଅଭିଷେକ କହିଥିଲେ, ବରଯାତ୍ରୀରେ ଖାଦ୍ୟ ପରସିବା ଗୁଜୁରାଟୀ ବିବାହର ଏକ ପ୍ରଥା। ଏହି ପ୍ରଥାକୁ ‘ସଜ୍ଜନ ଘୋଟା’ କୁହାଯାଏ। ଏହି ପ୍ରଥା ଅନୁସାରେ, ଝିଅଘରର ଲୋକେ ବରଯାତ୍ରୀଙ୍କୁ ନିଜ ହାତରେ ଖାଦ୍ୟ ପରସିଥାନ୍ତି।
ଈଶାଙ୍କ ବିବାହ ତାଙ୍କ ଘର ଏଣ୍ଟିଲିଆରେ ହୋଇଥିଲା। ଏହି ଅବସରରେ ପୁରା ଏଣ୍ଟିଲିଆକୁ ବୋହୂ ପରି ସଜାଯାଇଥିଲା।

Share