Categories: ବାଣିଜ୍ୟ

ଅମ୍ବାନୀ କିଣିଲେ ଆଲିଆ ଭଟ୍ଟଙ୍କ କମ୍ପାନୀ, ପିଲାଙ୍କ ପୋଷାକ ବିକ୍ରି କମାଇଛନ୍ତି ୧୫୦ କୋଟି

ନୂଆଦିଲ୍ଲୀ,୭।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସବ୍‌ସିଡାରୀ କମ୍ପାନୀ ରିଲାଏନ୍ସ ରିଟେଲ ଭେନ୍ଚରର୍ସ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକ ବ୍ରାଣ୍ଡ ‘ଏଡ୍‌-ଏ-ମାମା’ ସହ ଏକ ସହଭାଗିତା ଲାଗି ଘୋଷଣା କରିଛି। ରିଲାଏନ୍ସ ରିଟେଲ ବ୍ରାଣ୍ଡର ୫୧% ଅଂଶ କ୍ରୟ କରିଛି। କମ୍ପାନୀ ପିଲା ଏବଂ ମା’ଙ୍କ ପୋଷାକ ବ୍ରାଣ୍ଡର ସମସ୍ତ ବିଭାଗରେ ନିଜର ଦକ୍ଷତା ବୃଦ୍ଧି ଲାଗି ଚେଷ୍ଟାରେ ଆଲିଆଙ୍କ କମ୍ପାନୀ ସହାୟକ ହେବ ବୋଲି ଆଶା କରାଯାଉଛି। ଆଲିଆଙ୍କ ସହ କମ୍ପାନୀ ମିଶି ଏହି ବ୍ରାଣ୍ଡର କାରୋବାରକୁ ଆଗକୁ ନେବେ ବୋଲି ରିଲାଏନ୍ସ ରିଟେଲ ପକ୍ଷରୁ କୁହାଯାଇଛି।

କହିରଖୁଛୁ, ୨୦୨୦ରେ ଆଲିଆ ପିଲାମାନଙ୍କ ପାଇଁ ଏହି ବ୍ରାଣ୍ଡ ଆରମ୍ଭ କରିଥିଲେ। ଏହି ବ୍ରାଣ୍ଡ ୨ରୁ ୧୨ ବର୍ଷର ପିଲାଙ୍କ ପାଇଁ ଫ୍ୟାଶନେବୁଲ ପୋଷାକ ଉପଲବ୍ଧ କରାଉଛି। ଏବେ ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହୋଇଛି। ପ୍ରଥମେ କେବଳ ଅନ୍‌ଲାଇନରେ ଏହାର ବ୍ୟବସାୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହାର ଅନେକ ଦୋକାନ ଖୋଲିଛି।

Share